ଅଯୋଧ୍ୟାରେ ଯୋଗୀ ଆଦିତ୍ୟନାଥ ପାଳିବେ ଦୀପାବଳି ! ସରଯୁ ନଦୀ କୂଳରେ ଲାଗିିବ ଦୁଇ ଲକ୍ଷ ଦୀପ

71

କନକ ବ୍ୟୁରୋ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଚଳିତ ବର୍ଷ ଦୀପାବଳୀ ବହୁତ ମହତ୍ୱପୂର୍ଣ୍ଣ । କାରଣ ଯୋଗୀ ଆଦିତ୍ୟନାଥ ଚଳିତ ବର୍ଷ ରାମଙ୍କ ଜନ୍ମସ୍ଥାନରେ ଦୀପାବଳି ପାଳନ କରିବେ । ଅଯୋଧ୍ୟା ଇତିହାସରେ ସବୁଠାରୁ ବଡ଼ ଦୀପବାଳି ପାଳନ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଭଗବାନ ରାମଙ୍କ ଆଗମନ ପାଇଁ ଅଯୋଧ୍ୟା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ । ସରଯୁ ନଦୀରେ ରାମପେଡ଼ିରେ ଆଜି ଦୀପ ଉତ୍ସବ ପାଳନ ହେବ । ତେବେ ପୁଷ୍ପକ ବିମାନ ଛାଡ଼ି ରାମ ଓ ସୀତା ଅଯୋଧ୍ୟାରେ ହେଲିକପ୍ଟରରେ ଅବତରଣ କରିବେ ।

ଏହି ପର୍ବ ଅବସରରେ ସରଯୁ ଘାଟରେ ପାଖାପାଖି ୨ ଲକ୍ଷ ଦୀପ ଲଗାଯିବ । ଏହା ବ୍ୟତୀତ ଆଜି ଅଯୋଧ୍ୟାରେ ଲେଜର ସୋ’ ଓ ରାମଲୀଲା ମଧ୍ୟ ମଞ୍ଚସ୍ଥ କରାଯିବ, ଯେଁଉଥିପାଇଁ ଥାଇଲାଣ୍ଡ ଓ ଶ୍ରୀଲଙ୍କାରୁ କଳାକର ପହଞ୍ଚିଛନ୍ତି । କୁହାଯାଏ ତ୍ରେତୟା ଯୁଗରେ ୧୪ ବର୍ଷର ବନବାସ କାଟି ଓ ଲଙ୍କା ବିଜୟ କରି ଅଯୋଧ୍ୟା ଫେରିଥିବା ପୁରୋଷୋମ ରାମଙ୍କୁ ଦୀପ ଜଳାଇ ଭବ୍ୟ ସ୍ୱାଗତ କରିଥଇଲେ ଅଯୋଧ୍ୟାବାସୀ ।

ଅଯୋଧ୍ୟାର ସରଯୁ ନଦୀର ରହିଛି ବଡ଼ ଧାର୍ମିକ ରହସ୍ୟ । ଯୋଗୀ ଆଦିତ୍ୟନାଥ ଆଜି ଏଠାରେ ସରଯୁ ନଦୀର ଆରତୀ କରିବେ । ଏଥିପାଇଁ ରାମଙ୍କ ଜନ୍ମସ୍ଥାନ ନିକଟରେ ପ୍ରସ୍ତୁତି ଶେଷ ହୋଇଛି । ଭଗବାନ ରାମଙ୍କ ଅଯୋଧ୍ୟା ଆସିବା ଅବସରରେ ୨ ଲକ୍ଷ ଦୀପ ଜଳାଯିବ । ଏନେଇ କୁମ୍ଭାର ମାନେ ଦିନ ରାତି ଏକ କରି ଦୀପ ତିଆରି କରୁଛନ୍ତି । ଚଳିତ ବର୍ଷ ଅଯୋଧ୍ୟାରେ ବେଶ ଜାକଜକକରେ ପାଳନ ହେବ ଦୀପାବଳି । ବଜାର ସଜ ହୋଇଛି । ସଡ଼କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଏହି ପର୍ବରେ ଅଯୋଧ୍ୟାରେ ୩ ଦିନ ପର୍ଯ୍ୟନ୍ତ ମେଳା ପରି ମାହୋଲ ଲାଗି ରହେ । ସଡ଼କରେ ବିଭିନ୍ନ ଦୋକନା ଲାଗିବ । ଏଥିରେ ବାଣ, ଖେଳନା ଓ ସାଜସଜ୍ଜା ଜିନିଷ ବିକ୍ରି ହୁଏ ।ଅଯୋଧ୍ୟାବାସୀ ଦୀପାବଳିକୁ ନେଇ ବେଶ ଉତ୍ସାହିତ ଅଛନ୍ତି ।