କଂସେଇଖାନା ଯାଉଥିଲେ ୬୦ରୁ ଉର୍ଦ୍ଧ୍ୱ କୁକୁର ! ଅଖା ଖୋଲୁ ଖୋଲୁ ଫିଟିଲା ଗୁମର ।

105

ଗତ କିଛିଦିନ ପୂର୍ବରୁ କଲିକତାରେ ଚିକେନ ମଟନ ନାଁରେ କୁକୁର ମାଂସ ବିକ୍ରି ହେଉଥିବାର ମାମଲା ସମ୍ନାକୁ ଆସିଥିଲା । ଠିକ ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ନାଗୋନ ଜିଲ୍ଲାର କୋଲିଆବୋର ଅଞ୍ଚଳରେ । ଗୋଟିଏ ଟ୍ରକରୁ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ କୁକୁରଙ୍କୁ ଉଦ୍ଧାର କରିଛି କଲିକତା ପୋଲିସ । କୁହାଯାଉଛି ଏହି କୁକୁର ମାନଙ୍କୁ ରାସ୍ତାରୁ ଧରି ଚିକେନ ମଟନ ଭାବରେ ବିକ୍ରି କରିବା ପାଇଁ କଂସେଇ ଖାନା ନିଆଯାଉଥିଲା । ମିଡିଆ ରିପୋର୍ଟ ଅନୁସାରେ, ବୁଧବାର ରାତି ପ୍ରାୟ ୧୦.୩୦ରେ ଗୋଟିଏ ଟ୍ରକ ଏକ ମାରୁତି ୮୦୦ କାର ସହ ଦୁର୍ଘଟଣା ହୋଇଥିବା ପୁଲିସଙ୍କୁ ସୂଚନା ମିଳିଥିଲା । ତେବେ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାରେ ଆହତ ହୋଇଥିବା ଲୋକ ମାନଙ୍କୁ ମେଡିକାଲ ପଠାଇଥିଲା ଏବଂ ଦୁର୍ଘଟଣା ଗ୍ରସ୍ତ ଟ୍ରକର ଜାଞ୍ଚ କରିଥିଲା । ଜାଞ୍ଚ ସମୟରେ ଅଖାରେ କିଛି ବନ୍ଧା ହୋଇ ପଡିଥିବାର ଦେଖିବାକୁ ମିଳିଥିଲା । ଅଖାକୁ ଖୋଲିବା ପରେ ସେଥିରୁ ପ୍ରାୟ ୬୦ରୁ ଉଦ୍ଧ୍ୱର୍ କୁକୁର ମିଳିଥିଲେ । କୁକୁରଙ୍କ ମୁଁହକୁ ରଶିରେ ବନ୍ଧା ଯାଇ ଅଖାରେ ଭର୍ତ୍ତିକରି କଂସେଇଖାନା ପଠାଯାଉଥବା ସନ୍ଦେହ କରାଯାଉଛି । ଏଥି ମଧ୍ୟରୁ ୫ଟି କୁକୁରଙ୍କ ଅକସିଜେନ ଅଭାବରୁ ମୃତ୍ୟୁ ହୋଇଥିବା ଜଣା ପଡିଛି । ତେବେ ଆଖାରେ ବନ୍ଧା ଯାଇଥିବା କୁକୁରଙ୍କୁ ଉଦ୍ଧାର କରି ଏକ ବଜାରରେ ଛାଡି ଦିଆଯାଇଛି । ଗତ ମେ ମାସ ୨୦୧୭ରେ ନାଗୋନ ପୁଲିସ ୭୫ଟି କୁକୁରଙ୍କୁ ସମାଗୁଡି ସହରରୁ ଉଦ୍ଧାର କରିଥିଲେ । ଏଥି ମଧ୍ୟରୁ ୨୩ଟି କୁକୁରଙ୍କ ମୃତ୍ୟୁ ହୋଇଯାଇଥିଲା । ମିଳିଥିବା ସୁତ୍ରରୁ ଜଣାପଡିଛି, ନାଗାଲାଣ୍ଡରେ ଏହି ବୁଲା କୁକୁରଙ୍କୁ ୫୦୦ ରୁ ୧୦୦୦ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ଏହାର ମାଂସକୁ କେଜି ପିଛା ୩୦୦ ରୁ ୪୦୦ ଟଙ୍କାରେ ବିକ୍ରି କରାଯାଉଛି । ପୁଲିସଙ୍କ କହିବା ଅନୁସାରେ, ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଏବଂ ହେଲପର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ଏହି ଘଟଣାର ଅଧିକ ତଦନ୍ତ କରି ଅପରାଧିଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି ।