ପୁଣି ଏକ ପ୍ରାକୃତିକ ଦୁର୍ବିପାକର ପୂର୍ବାନୁମାନ ! ସତର୍କ ସୂଚନା ଜାରି କଲା ଗୃହ ମନ୍ତ୍ରାଳୟ, ଓଡ଼ିଶା ସମେତ ୪ ରାଜ୍ୟରେ ଝଡତୋଫାନ ଆଶଙ୍କା

66

କନକ ବ୍ୟୁରୋ : ବୁଧବାରଦିନ ଉତ୍ତର ଓ ପଶ୍ଚିମ ଭାରତରେ ଭୟଙ୍କର ଧୂଳିଝଡ଼ ଓ ପ୍ରବଳ ବର୍ଷା ଯୋଗୁଁ ଶତାଧିକ ଲୋକ ମୃତ୍ୟୁବରଣ କରିବା ପରେ ସତର୍କ ହୋଇ ଉଠିଛି ଗୃହ ମନ୍ତ୍ରାଳୟ ଓ ଭାରତୀୟ ପାଣିପାଗ ବିଭାଗ । ମନ୍ତ୍ରାଳୟ ପକ୍ଷରୁ ପୁଣି ଥରେ ଏପରି ପ୍ରାକୃତିକ ଦୁର୍ବିପାକର ପୂର୍ବାନୁମାନ କରାଯାଇଛି ଓ ସତର୍କ ସୂଚନା ଜାରି କରାଯାଇଛି । ଶୁକ୍ରବାରଦିନ ଜାରି କରାଯାଇଥିବା ଏହି ସତର୍କ ସୂଚନାରେ କୁହାଯାଇଛି ଯେ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ବିହାରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା, ପବନ ଓ କୁଆପଥର ବର୍ଷା ହେବାର ସମ୍ଭାବନାରହିଛି ।

odisha

ଏହା ସହିତ ବଜ୍ରପାତ ହେବାର ସମ୍ଭାବନା ବ୍ୟକ୍ତ କରାଯାଇଛି । ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ପୁଣି ଥରେ ଧୂଳି ଝଡ଼ ହେବାର ଆଶଙ୍କା ରହିଛି । ଏପରିକି ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ଟପିବା ଆଶଙ୍କା ରହିଛି । ଅନ୍ୟପକ୍ଷରେ ବୁଧବାର ଦିନ ରାଜସ୍ଥାନ, ଉତ୍ତରପ୍ରଦେଶରେ ଓ ଅନ୍ୟ କେତେକ ଉତ୍ତରଭାରତୀୟ ରାଜ୍ୟରେ ହୋଇଥିବା ଭୟଙ୍କର ଧୂଳଝଡ଼ ଓ ପ୍ରବଳ ବର୍ଷାରେ ମୃତ୍ୟୁ ସଂଖ୍ୟା ୧୨୪କୁ ଛୁଇଁଛି । ଏମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶରେ ୭୩ ଜଣ, ରାଜସ୍ଥାନରେ ୩୫, ତେଲେଙ୍ଗାନାରେ ୮,ଉତ୍ତରାଖଣ୍ଡରେ ୬ ଜଣ ଓ ପଂଜାବରେ ୨ ଜଣ ଅନ୍ତର୍ଭୁକ୍ତ ।