ବ୍ରହ୍ମପୁରରେ ଆୟୋଜିତ ହେଲା ଡଗ୍ ସୋ ! ଗୋଟିଏ ମଂଚରେ ଦେଖିବା ପାଇଁ ମିଳିଲା ଦଶୀ-ବିଦେଶୀ ତଥା ବିଭିନ୍ନ ପ୍ରଜାତିର କୁକୁର

63

କନକ ବ୍ୟୁରୋ : କୁହାଯାଏ କୁକୁର ହେଉଛି ମଣିଷର ସବୁଠୁ ବିଶ୍ୱସ୍ତ ବନ୍ଧୁ । ଆଉ ଏମିତି ଏକ ବନ୍ଧୁଙ୍କ ପ୍ରତି ଆଦର ବଢ଼ାଇବା ଲକ୍ଷ୍ୟରେ ବ୍ରହ୍ମପୁରରେ ଆୟୋଜିତ ହେଉଛି ଏକ ନିଆରା ଡଗ୍ ସୋ । କୁକୁରଙ୍କ କିଭଳି ଯତ୍ନ ନିଆଯିବ ଓ ତାଲିମ ଦିଆଯିବ ସେ ନେଇ କୁକୁର ମାଲିକଙ୍କୁ ସଚେତନ କରାଯାଇଥିଲେ । ଏହି ଡଗ ସୋରେ ଦେଶୀ-ବିଦେଶୀ ବିଭିନ୍ନ ପ୍ରଜାତିର କୁକୁର ଭାବ ନେଇ ଦେଖାଇଛନ୍ତି ନିଜର କମାଲ ।

ଗୋଟିଏ ମଂଚରେ ଏକାଧିକ କୁକୁର । ଦେଶୀ-ବିଦେଶୀ, ତାହା ପୁଣି ବିଭିନ୍ନ ପ୍ରଜାତିର । ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପଡିଆରେ ଆୟୋଜିତ ଡଗ ସୋରେ ସାମିଲ ହୋଇଥିଲେ ଜିଲ୍ଲା ଓ ଜିଲ୍ଲା ବାହରର ୨୫ଟି ପ୍ରଜାତିର କୁକୁର । ପ୍ରଥମେ କୁକୁରଙ୍କ ନାଁ ପଂଜୀକରଣ କରାଯାଇଥିଲା । ଏହା ପରେ ସ୍ୱାସ୍ଥ୍ୟପରୀକ୍ଷା ମଧ୍ୟ କରାଯାଇଥିଲା । ପ୍ରଶିକ୍ଷକ ଏବଂ ମାଲିକର ଇଙ୍ଗିତରେ କମାଲ ଦେଖାଇଛନ୍ତି କୁକୁର ।

ଏହି ଡଗ୍ ସୋରେ ଜର୍ମାନ ସେଫର୍ଡ, ଡେ ସଂଗ, ଡଗର ମ୍ୟାନ, ଲାବ୍ରାଡର୍ ସମେତ ବିଭିନ୍ନ ପ୍ରଜାତିର କୁକୁର ସାମିଲ ହୋଇଛନ୍ତି । ସୁସ୍ଥ, ସୁନ୍ଦର ଓ ବିଜ୍ଞ କୁକୁରମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି । ବ୍ରହ୍ମପୁର ସହରରେ ପ୍ରଥମ କରି ଗଂଜାମ କେନନ ଆସୋସିଏସନ ପକ୍ଷରୁ ଏହି ସୋର ଆୟୋଜନ କରାଯାଇଥିବାରୁ ଏହାକୁ ପ୍ରଶଂସା କରାଯାଇଛି । ଆଗାମୀ ଦିନରେ କୁକୁରମାନଙ୍କୁ ନେଇ ଡଗ ସୋ ଓ ଡଗ ରାମ୍ପ ଭଳି ବହୁ କାର୍ଯ୍ୟକ୍ରମ କରାଯିବା ନେଇ ଲକ୍ଷ୍ୟ ରହିଥିବା କହିଛି ଗଂଜାମ କେନନ ଆସୋସିଏସନ ।