ୟୁପି ବିଧାନସଭାରେ ହଙ୍ଗାମା ! ରାଜ୍ୟପାଳଙ୍କ ଉପରକୁ କାଗଜ ଫିଙ୍ଗିଲେ ସମାଜବାଦୀ ପାର୍ଟି ବିଧାୟକ

20

କନକ ବ୍ୟୁରୋ: ଉତରପ୍ରଦେଶ ବିଧାନସଭା ଆରମ୍ଭରୁ ହଟ୍ଟଗୋଳ । ଆଜି ସ୍ୱତନ୍ତ୍ର ଅଧିବେସନ ଆରମ୍ଭରୁ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ହଙ୍ଗାମା କରିଛନ୍ତି । ରାଜ୍ୟପାଳ ଗୃହରେ ଅଭିଭାଷଣ ରଖିବା ସମୟରେ ବିଧାୟକମାନେ ତାଙ୍କ ଉପରକୁ କାଗଜ ଫିଙ୍ଗିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟର ଆଇନ ବ୍ୟବସ୍ଥା ନେଇ ବିରୋଧୀ ହଟ୍ଟଗୋଳ କରିଛନ୍ତି । ଗୃହକୁ ବିରୋଧୀ ବିଧାୟକ ପ୍ଲାକାର୍ଡ ସାଙ୍ଗରେ ନେଇ ଆସିଥିଲେ ।

ବାଚସ୍ପତି ଅଭିଭାଷଣ ଆରମ୍ଭ କରିବା ମାତ୍ରେ ବିଧାୟକମାନେ ତାଙ୍କ ଉପର କାଗଜ ଫୋପାଡିଥିଲେ । ସମାଜବାଦୀ ପାର୍ଟି, ବହୁଜନ ସମାଜବାଦି ପାର୍ଟି ଓ କଂଗ୍ରେସ ବିଧାୟକ ଗୃହରେ ବିକ୍ଷୋଭ କରିଛନ୍ତି । ଗୃହରେ ହୋହାଲ୍ଲା କରିବା ସହ ହାତରେ ପୋଷ୍ଟର ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ । ଉତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ଗଠନ କରିବା ପରେ ଆଜି ବିଧନେସଭାର ପ୍ରଥମ ଅଧିବେସନ । ଆଜିଠାରୁ ଆରମ୍ଭ ହୋଇ୍ଥିବା ସ୍ୱତନ୍ତ୍ର ଅଧିବେଶନ ୨୨ ତାରିଖ ଯାଏଁ ଚାଲିବ ।

ସେପଟେ ଅଧିବେଶନ ଆରମ୍ଭରୁ ସରକାର ସବୁ ଦଳଙ୍କ ସହ ବୈଠକ କରି ଗୃହ ସୂଚାରୁ ରୂପେ ଆରମ୍ଭ କରିବାକୁ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ହେଲେ ଅଧିବେଶନ ଆରମ୍ଭରୁ ବ୍ୟତିକ୍ରମ ଦେଖିବାକୁ ମିଳିଛି ।