ଆଉ ମାତ୍ର ୨୪ ଘଂଟା , ଶେଷ ହୋଇଯିବ ସେଲ୍ ! ଘରକୁ ଆଣନ୍ତୁ ମନପସନ୍ଦର ସ୍ମାର୍ଟଫୋନ୍

38

ନୂଆ ସ୍ମାର୍ଟଫୋନ୍ କିଣିବା ପାଇଁ ଚାହୁଁଛନ୍ତି କି ? ତେବେ ବିଳମ୍ବ କରନ୍ତୁ ନାହିଁ । ଉଚିତ୍ ମୂଲ୍ୟରେ ମିଳିବ ସ୍ମାର୍ଟଫୋନ୍ । ବାକି ଅଛି ଆଉ ମାତ୍ର ୨୪ ଘଂଟା । ଏହି ସମୟ ଭିତରେ ଘରକୁ ଆଣନ୍ତୁ ମନ ପସନ୍ଦର ସ୍ମାର୍ଟଫୋନ୍ । ୨୦୧୮ରେ ସବୁଠାରୁ ବଡ଼ ସ୍ମାର୍ଟଫୋନ୍ ସେଲକୁ ଆଉ ମାତ୍ର ୨୪ ଘଂଟା ଅଛି । ଏହି ସେଲରେ ଅନେକ ସ୍ମାର୍ଟଫୋନରେ ଭାରି ରିହାତିରେ ଉପଲବ୍ଧ ରହିଛି । ଅନେକ ଦାମୀ ସ୍ମାର୍ଟଫୋନ ୫ ହଜାରରୁ ଆରମ୍ଭ କରି ୮ ହଜାର ପର୍ଯ୍ୟନ୍ତ ଶସ୍ତାରେ ମିଳୁଛି । ଏହି ସେଲର ଲାଭ ଉଠାଇ ଆପଣ ବି କିଣନ୍ତୁ ମନ ପସନ୍ଦର ସ୍ମାର୍ଟଫୋନ୍ । ତେବେ ଆସନ୍ତୁ ଜାଣିବା ସପିଂ ସାଇଟ ଫ୍ଲିପକାର୍ଟରେ ଏହି ସେଲରେ କେତେ ଶସ୍ତାରେ ମିଳୁଛି ସ୍ମାର୍ଟଫୋନ୍ ।

ଇ-କମର୍ସ ସାଇଟ୍ ଫ୍ଲିପକାର୍ଟର ଏହି ସେଲରେ ଗୁଗଲ Pixel 2 XL ସ୍ମାର୍ଟଫୋନ୍ ଉପରେ ୮,୦୦୧ ଟଙ୍କାର ରିହାତି ମିଳୁଛି । ଏହି ସ୍ମାର୍ଟଫୋନ୍ ୭୩,୦୦୦ ମୂଲ୍ୟ ଟଙ୍କା ସହ ମାର୍କେଟକୁ ଆସିଥିଲା । ଏବେ ସେଲରେ ଏହି ଫୋନର ମୂଲ୍ୟ ରହିଛି ୬୪,୯୯୯ ଟଙ୍କା । ଫ୍ଲିପକାର୍ଟର ୨୦୧୮ Mobile Bonanza ସେଲରେ ଗକ୍ଟଗ୍ଧକ୍ଟ Moto G5 Plus (୩୨ ଜିବି) ୯,୯୯୯ ଟଙ୍କାରେ ମିଳୁଛି । ତେବେ ଏହି ଫୋନର ପ୍ରକୃତ ମୂଲ୍ୟ ହେଲା ୧୬,୯୯୯ ଟଙ୍କା । ଏହାବ୍ୟତୀତ ସ୍ମାର୍ଟଫୋନ୍ ମହାସେଲରେ ସେଲରେ ସୋଆମି Mi Mix 2 ସ୍ମାର୍ଟଫୋନରେ ୮ ହଜାର ଟଙ୍କାର ରିହାତି ମିଳୁଛି । ଆପଲ୍ ଆଇଫୋନ୍ ୭ (୧୨୮ ଜିବି)ର ପ୍ରକୃତ ମୂଲ୍ୟ ହେଲା ମାତ୍ର ୫୮,୦୦୦ ଟଙ୍କା । ତେବେ ଏହି ସେଲରେ ଏହିଳ ଫୋନର ମୂଲ୍ୟ ରହିଛି ୫୪,୯୯୯ ।