ପଡିଆରେ ପ୍ରଜ୍ଞାନଙ୍କ କ୍ରୋଧ । ମ୍ୟାଚ ବେଳେ ଷ୍ଟମ୍ପ ଫିଙ୍ଗିଲେ ଭାରତୀୟ ସ୍ପିନର

30

ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ବିଗତ କିଛି ଦିନ ଦେବ ଭାରତୀୟ ଦଳରେ ଦେଖିବାକୁ ମିଳୁନାହିଁ । ୨୦୧୪ରେ ଏହି ଭାରତୀୟ ସ୍ପିନର ତଆ ଓଡିଆ ପୁଅ ବୋଲିଂ ଶୈଳୀ ପାଇଁ ବିବାଦ ଘେରକୁ ଆସିଥିଲେ । କିନ୍ତୁ ୨୦୧୫ରେ ସେ ଦୋଷମୁକ୍ତ ହେବା ସହ ତାଙ୍କ ବୋଲିଂ ଶୈଳୀରେ କୌଣସି ତ୍ରୁଟି ନଥିବା ଜଣାପଡିନଥିଲା । ସେବେଠାରୁ ପ୍ରଜ୍ଞାନ ଭାରତୀୟ ଦଳକୁ ଫେରିବାକୁ ସଂଘର୍ଷ ଜାରି ରଖିଛନ୍ତି ।

ବର୍ତମାନ ଭାରତୀୟ କ୍ରିକେଟ ଦଳ ଅଶ୍ୱୀନ, ଚହଲ, କୁଳଦୀପ ଏବଂ ଜାଡେଜାଙ୍କ ଭଳି ଯୁବ କ୍ରିକେଟରଙ୍କୁ ନେଇ ମୈଦାନକୁ ଓହ୍ଲାଉଛି । ଭାରତୀୟ ସ୍ପିନ ବିଭାଗ ବର୍ତମାନ ବିଶ୍ୱର ଯେକୌଣସି ଦଳକୁ ମାତ ଦେବାକୁ ପ୍ରସ୍ତୁତ । ତେବେ ଏଭଳି ସ୍ଥିତିରେ ଘରୋଇ ଦଳ ପାଇଁ ପ୍ରଜ୍ଞାନ ଓଝାଙ୍କୁ ପଡିଆରେ ଦେଖିବାକୁ ମିଳୁଛି । ସେ ୨୦୧୫ରୁ ହାଇଦ୍ରାବାଦ ଦଳ ତରଫରୁ ରଣଜୀ ଖେଳୁଛନ୍ତି । ତା ସହ ୨୦୧୫ -୧୬ ବର୍ଷ ପାଇଁ ବେଙ୍ଗଲ ତରଫରୁ ରଣଜୀ ଖେଳୁଥିଲେ ପ୍ରଜ୍ଞାନ ।

କିଛି ଦିନ ହେବ ନୀରବ ଥିବା ପ୍ରଜ୍ଞାନ, ନିଜର ଆକ୍ସନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଏକ ବିବାଦୀୟ ଆକ୍ସନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଥିରେ ଓଝା ରାଗରେ ଗୋଟିଏ ଷ୍ଟମ୍ପ ଉଠାଉଥିବା ଦେଖିବାକୁ ମିଳୁଛି । ତେବେ ସେ ଏହି ରାଗ ଆଉ କାହା ଉପରେ ନୁହେଁ ନିଜର ଭୁଲ ବୋଲିଂ ଯୋଗୁ ରାଗ ସୁଝାଇଛନ୍ତି । ଗୋଟିଏ ଫୁଲଟସ ବଲ ପକାଇଥିଲେ ପ୍ରଜ୍ଞାନ । ଆଉ ବ୍ୟାଟସମ୍ୟାନ ଏହି ବଲକୁ ଏପରି ଖେଳିଥିଲେ ଯେ ବଲ ତାଙ୍କ ମୁଣ୍ଡ ଉପର ଦେଇ ପଳାଇଥିଲେ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚର ଶେଷ ବଲ ଥିଲା ।

ପ୍ରଜ୍ଞାନ ତାଙ୍କ ଥଂଡା ମିଜାଜ ଛାଡିଦେଇ ଥିଲେ ଆଉ ଷ୍ଟମ୍ପକୁ ଉଠାଇ ରାଗ ଶାନ୍ତ କରିଥିଲେ ।