ଆମ୍ମାଙ୍କ ଆସନରେ ଦିନାକରନ । ତାମିଲନାଡୁ ରାଜନୀତିରେ ଭିନ୍ନ ମୋଡ । ଆରକେନଗର ଉପନିର୍ବାଚନରେ ଶାସକ ଓ ମୁଖ୍ୟ ବିରୋଧୀଙ୍କୁ ଚକମା

44

କନକ ବ୍ୟୁରୋ : ତାମିଲନାଡୁ ରାଜନୀତିରେ ଭିନ୍ନ ମୋଡ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଆସନ ଆର.କେ.ନଗରରେ ଜିତିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଟିଟିଭି ଦିନାକରନ । ଶାସକ ଏଆଇଏଡିଏମକେ ଓ ପ୍ରମୁଖ ବିରୋଧୀ ଡିଏମକେକୁ ଚକମା ଦେଇଛନ୍ତି ଶଶିକଳା ଗୋଷ୍ଠୀର ନେତା ଦିନାକରନ । ଏହା ସହ ରାଜନୀତିରେ ଭିନ୍ନ ସମୀକରଣ ସୃଷ୍ଟି ହୋଇଛି । ଏହି ବିଜୟ ପରେ ଆମ୍ମାଙ୍କ ସମାଧୀ ସ୍ଥଳକୁ ଯାଇ ସମ୍ମାନ ଜଣାଇଛନ୍ତି ଦିନାକରନ । ଏହା ସହ ସେ ହିଁ ଆମ୍ମାଙ୍କ ପ୍ରକୃତ ଉତ୍ତରାଧିକାରୀ ଏବଂ ତାଙ୍କୁ ସେଥିପାଇଁ ଲୋକେ ନିର୍ବାଚିତ କରିଛନ୍ତି ବୋଲି କହିଛନ୍ତି ଦିନାକରନ ।

ଆର,କେ.ନଗରରେ ଏଆଇଏଡିମକେରୁ ଇ. ମଧୁସୂଦନ, ଜୟାଙ୍କ ସହଯୋଗୀ ଶଶୀକଳା ଗୋଷ୍ଠୀ ପକ୍ଷରୁ ସ୍ୱାଧୀନ ଭାବେ ଦିନାକରନ, ଡିଏମକେରୁ ମାରୁଡ ଗଣେଶ ଓ ବିଜେପିରୁ କରୁନାଗାର୍ଜୁନ ପ୍ରାର୍ଥୀ ହୋଇଥିଲେ । । ଆର.କେ.ନଗର ବିଧାନସଭା ଉପନିର୍ବାଚନର ଭୋଟଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା । କୁହାଯାଉଛି, ଆର.କେ.ନଗର ଆସନ ଯିଏ ଜିତିବ ତାମିଲନାଡୁ ରାଜନୀତିରେ ଏହାର ଗଭୀର ପ୍ରଭାବ ପଡିବ । ଆର.କେ ନଗର ଆସନ ଜୟଲଳିତାଙ୍କ ପାରମ୍ପରିକ ଆସନ ଥିଲା । ଏଠାରୁ ସେ ୨ ଥର ଜିତିଥିଲେ ।

ଜୟାଙ୍କ ପରଲୋକ ପରେ ଏହି ଆସନ ଖାଲିପଡିଛି । ଜୟାଙ୍କ ପରଲୋକ ପରେ ତାମିଲନାଡୁରେ ଏଆଇଏଡିଏମକେ ଦୁଇଭାଗ ହୋଇଛି । ଗୋଟିଏ ଗୋଷ୍ଠୀର ନେତୃତ୍ୱ ପନିରସେଲଭମ ଓ ପଲାନିସ୍ୱାମୀ ନେଉଥିବାବେଳେ ଅନ୍ୟ ଏକ ଗୋଷ୍ଠୀର ନେତୃତ୍ୱ ଜୟାଙ୍କ ସହଯୋଗୀ ଶଶିକଳା ନେଉଛନ୍ତି ।