ଦ୍ୱନ୍ଦରେ ପକାଇଲେ ଦିଲ୍ଲୀପ ! ଦୁଇଟି ଭୂମିକାରେ ବିଜେପି ବିଧାୟକ

23

କନକ ବ୍ୟୁରୋ : ବିଜେପି ଶୀର୍ଷ ନେତୃତ୍ୱକୁ ଚ୍ୟାଲେଂଜ୍ ଏବଂ ବିଜେଡି ମୁଖିଆଙ୍କୁ ଖୋଲାଖୋଲି ପ୍ରଶଂସା କରୁଥିବା ଦିଲ୍ଲୀପଙ୍କୁ ଦେଖିବାକୁ ମିଳିଛି ଭିନ୍ନ ଏକ ଭୂମିକାରେ । ପାନପୋଷ ସାଂଗଠନିକ ଜିଲ୍ଲାର ପ୍ରଶିକ୍ଷଣ ଶିବିରରେ କର୍ମୀଙ୍କୁ ପଢ଼ାଇଛନ୍ତି ବିଜେପି ପାଠ । ସାଧାରଣତଃ ବିଜେପି କାର୍ଯ୍ୟାଳୟ ଏବଂ ବିଜେପି କାର୍ଯ୍ୟକ୍ରମଠାରୁ ନିଜକୁ ଦୂରେଇ ରହୁଥିବା ଦିଲ୍ଲୀପ ବୁଥ୍ ସ୍ତରରରେ ବିଜେପିକୁ ମଜବୁତ କରିବାକୁ ଅଂଟା ଭିଡିଛନ୍ତି ।
ଆଜି କର୍ମୀଙ୍କୁ ବିଜେପି ପାଠ ପଢ଼ାଉଥିବା ଦିଲ୍ଲୀପ ରାୟ, ବ୍ରାହ୍ମଣୀ ଏବଂ ଆଇଜିଏଜ୍ ପ୍ରସଙ୍ଗରେ ମୋଦି ମିଛୁଆ ବନେଇଲେ ବୋଲି ଖୋଲାଖୋଲ କହିଥିଲେ । ଏତିକିରେ ଚୁପ୍ ବସିନଥିଲେ, ସେହି ବ୍ରାହ୍ମଣୀ ବ୍ରିଜ୍ ନେଇ ନବୀନ ଯେତେବେଳେ କେନ୍ଦ୍ରକୁ ଚିଠି ଲେଖିଥିଲେ-ନବୀନଙ୍କୁ ଧନ୍ୟବାଦ ଜଣାଇବାକୁ ପଛାଇନଥିଲେ ।

କେତେବେଳେ ନରମ ଆଭିମୁଖ୍ୟ ତ, ଆଉ କେତେବେଳେ ଗରମ ଆଭିମୁଖ୍ୟ । ଯାହା ସାଧାରଣ ଲୋକଙ୍କୁ ସନ୍ଦେହରେ ପକାଉଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏସବୁ ଭିତରେ ଦିଲ୍ଲୀପ କହିଛନ୍ତି- ବ୍ରହ୍ମଣୀ ବ୍ରିଜ୍ ଏବଂ ଆଇଜିଏଚ୍ ହସ୍ପିଟାଲ ପ୍ରସଙ୍ଗ ସବୁବେଳେ ଥିଲା ଏବଂ ରହିବ । ଆଉ ଦୋହରାଇଛନ୍ତି ସେହି ପୁରୁଣା ଡାଇଲଗ୍- ଆଗ ମାଟି, ପରେ ପାର୍ଟି ।

ତେବେ ଦିଲ୍ଲୀପ ରାୟଙ୍କ ଉଚ୍ଚାରଣ ଏବଂ ଆଚରଣ ସାଧାରଣ ଭୋଟରଙ୍କୁ ସନ୍ଦିହାନ କରୁଥିବା ବେଳେ ତାଙ୍କ ଭୂମିକାକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ହେଉଛି ।