ଇ-ପେମେଂଟ କର ,ପୁରସ୍କାର ଜିଣ : ଭାଗ୍ୟ ସାଥ୍ ଦେଲେ ପ୍ରାଇଜ ସହ ହଜାରେ ଟଙ୍କା କ୍ୟାସବ୍ୟାକ

23

କନକ ବ୍ୟୁରୋ : ଡିଜିଟାଲ ପେମେଂଟକୁ ପ୍ରତ୍ସୋହିତ କରିବା ପାଇଁ ଆଜି ଠାରୁ ଶହେଟି ସହରରେ ସରକାର ଦୁଇଟି ଯୋଜନା ଆରମ୍ଭ କରୁଛନ୍ତି । ଆଜି ଠାରୁ ଲକି ଗ୍ରାହକ ଯୋଜନା ଓ ଡିଜି ଧନ ବ୍ୟାପାରୀ ଯୋଜନା ଆରମ୍ଭ ହେଉଛି ।

ଏହାରି ମାଧ୍ୟମରେ ଗ୍ରାହକ ଓ ବ୍ୟବସାୟୀ ଶହେ ଦିନ ଯାଏଁ ସବୁ ଦିନ ଇ-ପେମେଂଟ ପାଇଁ ପୁରସ୍କାର ପାଇବେ । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଓ ଆଇଟି ମନ୍ତ୍ରୀ ରବିଶଙ୍କର ଆଜି ରାଜଧାନୀରେ ପ୍ରଥମ ଲକି ଡ୍ରର ଶୁଭାରମ୍ଭ କରିବେ ।

ଶନିବାର ନୀତି ଆୟୋଗ ଏକ ବୟାନ ଜାରି କରି କହିଛନ୍ତି, ଲକି ଗ୍ରାହକ ଡ୍ର ଯୋଜନା ଅନୁସାରେ ୧୫ ହଜାର ଗ୍ରାହକଙ୍କୁ ଶହେ ଦିନ ଯାଏଁ, ହଜାରେ ଟଙ୍କା କ୍ୟାସ ବ୍ୟାକ ହେବ । ତେବେ ୟୁପିଆଇ, ୟୁଏସଏସଡି, ଆଧାର ନଂବର ଆଧାରିତ ପେମେଂଟ ସିଷ୍ଟମ ଓ ରୁପେ କାର୍ଡ ବ୍ୟବହାରକାରୀ ପୁରସ୍କୃତ ହେବେ । ଲକି ଗ୍ରାହକ ବିଜେତା ପ୍ରତିଦିନ ଓ ସପ୍ତାହିକ ଆଧାରରେ ଏବଂ ଡିଜିଧନ ବ୍ୟାପାର ଯୋଜନାର ବିଜେତା ଚୟନ କରାଯିବ ପ୍ରତିସପ୍ତାହରେ । ଆମ୍ବେଦକର ଜୟନ୍ତୀର ମେଗା ଡ୍ର ଚୟନ କରାଯିବ, ବିଜେତାଙ୍କୁ ମିଳିବ ଏକ କୋଟି ଟଙ୍କାର ପୁରସ୍କାର ।