ଭିନ୍ନ ଏକ ଘୋଷଯାତ୍ରା : ଟୋକେଇରେ ଅନ୍ୟ ଗାଁ ରୁ ଚତୁର୍ଦ୍ଧା ମୂର୍ତ୍ତି ଆସିଲେ ହୁଏ ରଥଯାତ୍ରା

73

ମାନବୀୟ ଲୀଳା କରୁଛନ୍ତି ମହାବାହୁ । ରତ୍ନ ସିଂହାସନ ରୁ ଜନ୍ମବେଦୀ ପର୍ଯ୍ୟନ୍ତ ପବିତ୍ର ଯାତ୍ରାକୁ ଶ୍ରୀବିଗ୍ରହଙ୍କ ରଥଯାତ୍ରା ଭାବେ ସମଗ୍ର ବିଶ୍ୱବାସୀ ଆନନ୍ଦଲାଭ କରିଥାନ୍ତି । ଆଉ ଏବେ ଏହା କେବଳ ଓଡିଶା ନୁହେଁ ସାରା ବିଶ୍ୱ ରେ ପାଳିତ ହେଉଛି । ହେଲେ ଓଡିଶାରେ ଏମିତି ଏକ ଜାଗା ଯେଉଁଠାରେ ହୁଏ ଏକ ଭିନ୍ନ ଘୋଷ ଯାତ୍ରା । ଅନ୍ୟ ଗାଁ ରୁ ଠାକୁର ଙ୍କୁ ଅଣାଯାଇ ଏଠି କରାଯାଏ ରଥଯାତ୍ରା । ଟୋକେଇ ରେ ଟେକି ଟେକି ଆଣାଯାଏ ଚତୁର୍ଦ୍ଧା ମୂରତିଙ୍କଚ । ଆଉ ସେହି ଦୃଶ୍ୟ ଦେଖି ଅନୁଭବ କରିହେବ ହେବ ପ୍ରତିଟି ଓଡିଆ ମଧ୍ୟ ରେ କିଭଳି ରହିଛି ଶ୍ରୀବଗ୍ରହଙ୍କ ପାଇଁ ଭକ୍ତିଭାବ ।

ନାହିଁ ପଟୁଆର ନାହିଁ ଚାକଚକ୍ୟ କି ନାହିଁ ନନ୍ଦିଘୋଷ । ଭକତି ରେ ଏଠି ପୂଜା ପାଆନ୍ତି ସୃଷ୍ଟି କର୍ତ୍ତା ବ୍ରହ୍ମାଣ୍ଡ ନାୟକ । ଆମେ କହୁଛୁ ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଯୋଗିମାଲ ଗାଁରକଥା । ଦୀର୍ଘ ବର୍ଷ ହେବ ଏଠି ଅନୁଷ୍ଠିତ ହେଉଛି ରଥଯାତ୍ରା ହେଲେ ଭିନ୍ନ ଢଙ୍ଗରେ । ଏଠି ଚତୁର୍ଦ୍ଧା ମୂର୍ତି ପାଇଁ ତିନି ରଥ ନାହିଁ କି ଭକ୍ତଙ୍କ ମଧ୍ୟ ପ୍ରବଳ ଭିଡ ପରିଲିକ୍ଷିତ ହୁଏ ନାହିଁ । କିନ୍ତୁ ଗ୍ରାବାସୀଙ୍କ ଆସ୍ଥା ଓ ଜଗନ୍ନାଥ ସଂସ୍କୃତି ଭଲପାଇବା ଏଭଳି ଭିନ୍ନ ଏକ ଘୋଷଯାତ୍ରାକୁ ସଫଳ କରାଉଛି ।

ରଥଯାତ୍ରା ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ପାଳିତ ହେଉଥିବା ବେଳେ ଏଠି ହେରା ପଚଂମୀ ଦିନ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । କାରଣ ନିଜ ଗାଁ ରେ ଦେଉଳ କି ଦିଅଁ ନଥିବାରୁ ନିକଟସ୍ଥ ଗାଁ ରୁ ଦିଅଁ ଅଣାଯାଇ ଏଠି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଡମବାହାଲ ଗାଁ ମନ୍ଦିରର ଦିଅଁ ନିକଟସ୍ଥ ଗୁଲଠା, ଭଳି ଅନ୍ୟ ଗାଁ ମାନଙ୍କୁ ରଥଯାତ୍ରା ପାଇଁ ଯାଉଥିବା ଏହି ଗାଁର ପାଳି ପଡିଥାଏ ପଚଂମ ଦିନ ରେ ।

ଶେଷର ହେରା ପଚଂମୀ ସକାଳୁ ନିଜ ଗାଁ ଯୋଗୀମାଳରୁ କାନ୍ଧ ରେ ଟୋକେଇ ନେଇ ଗାଁ ଲୋକ ବାହାରି ପଡନ୍ତି ଚତୁର୍ଦ୍ଧା ମୂର୍ତି କୁ ଆଣିବା ପାଇଁ । ଆଉ ନିକଟସ୍ଥ ଗାଁ ରୁ ଏହି ଟୋକେଇ ମାଧ୍ୟମ ରେ ମାହାପ୍ରଭୁଙ୍କୁ ଆଣିଲା ପରେ ଗାଁ ରେ ନାମ ସଂଙ୍କୀର୍ତନ ପୂଜାପାଠ ଆରମ୍ଭ ହୋଇଥାଏ । ଆଉ ସଂଧ୍ୟା ରେ ଛେରା ପହଁରା ରୀତିନୀତି ଅନୁଷ୍ଠିତ ହେଲାପରେ ରଥ ବଡଦାଣ୍ଡ ପର୍ଯ୍ୟନ୍ତ ଟଣା ହୋଇଥାଏ ଓ ଏହିଠାରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ମାହପ୍ରଭୁ ।