ଜାଣନ୍ତୁ କେଉଁ ବ୍ଲଡ ଗ୍ରୁପର ଲୋକ କେଉଁ ଖାଦ୍ୟ ଖାଇବା ଉଚିତ୍ ଏବଂ କେଉଁ ଖାଦ୍ୟ ଖାଇବା ଅନୁଚିତ ।

107

ସ୍ୱାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ ଅପରିହାର୍ୟ୍ୟ। କିନ୍ତୁ, ସମସ୍ତଙ୍କ ଦେହରେ ସବୁ ପ୍ରକାର ଖାଦ୍ୟ ଚଳେ ନାହିଁ। ଅଲଗା ଅର୍ଥରେ କହିବାକୁ ଗଲେ ଯେତେ ସୁଷମ ଆହାର ଖାଇଲେ ମଧ୍ୟ କିଛି ସୁଫଳ ମିଳେ ନାହିଁ। ଦୁନିଆର ସବୁ କଥା ପରି ଖାଦ୍ୟ ଚୟନ କରି ଖାଇବା ମଧ୍ୟ ଗୋଟାଏ କୌଶଳ। ବୈଜ୍ଞାନିକମାନେ କହନ୍ତି: ବ୍ଲଡ୍ ଗ୍ରୁପ୍ ଅନୁସାରେ ଖାଦ୍ୟ ଖାଇଲେ ଉତ୍ତମ ଫଳ ପ୍ରାପ୍ତି ହୁଏ । ବୈଜ୍ଞାନିକ ପିଟର୍ ଜେ ଡି’ଆଦାମୋ କହନ୍ତି, ଜଣେ ଖାଉଥିବା ଖାଦ୍ୟ ତା’ର ରକ୍ତ ସହ ରାସାୟନିକ ପ୍ରତିକ୍ରିୟା କରିଥାଏ । ତେଣୁ ରକ୍ତର ପ୍ରକାର ଭେଦ ଯଥା:- ‘ଏ’, ‘ବି’, ‘ଏବି’ କିମ୍ବା ‘ଓ’ ଅନୁସାରେ ଖାଦ୍ୟ ଗ୍ରହଣ କରିବା ଉଚିତ।

ଓ ଗ୍ରୁପ ରକ୍ତ: ଏହି ଗ୍ରୁପ ରକ୍ତଧାରୀ ଲୋକେ ଉଚ୍ଚ ପୁଷ୍ଟିସାରଯୁକ୍ତ ଖାଦ୍ୟ କୁକୁଡ଼ା, ମାଛ ଏବଂ ପନିପରିବା ଖାଇବା ଭଲ। କିନ୍ତୁ, ଏମାନେ ଶସ୍ୟ, ବିନ୍ ଏବଂ ଦୁଗ୍ଧ ଜାତ ଖାଦ୍ୟ ଅଳ୍ପ ଖାଇବା କଥା। ଓ ଗ୍ରୁପ ରକ୍ତଧାରୀ ଲୋକଙ୍କ ପାକସ୍ଥଳୀରୁ ଅଧିକ ଏସିଡ୍ କ୍ଷରଣ ହେଉଥିବାରୁ ସେମାନଙ୍କର ହଜମ ସମସ୍ୟା ଓ ଥାଇରଏଡ୍ ବିଭ୍ରାନ୍ତି ଉପୁଜି ଥାଏ।

ଏ ଗ୍ରୁପ ରକ୍ତ: ଏ ଗ୍ରୁପ ରକ୍ତଧାରୀ ଲୋକମାନେ ସୀମିତ ପରିମାଣର ମାଂସାହାର କରିବା ଉଚିତ । ମାଂସ ପରିବର୍ତ୍ତେ ସେମାନେ ଅଧିକ ଫଳ, ପନିପରିବା, ବିନ୍, ଶିମ୍ବ ଏବଂ ଗୋଟିକିଆ ଶସ୍ୟ ଖାଇବା ଉତ୍ତମ । ଏମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଖୁବ୍ ସ୍ପର୍ଶକାତର । ଏମାନେ ମଧୁମେହ ଓ ମେଦବହୁଳତା ଆଦିରେ ଆକ୍ରାନ୍ତ ହୋଇ ପାରନ୍ତି ।

ବି ଗ୍ରୁପ ରକ୍ତ: ଯେଉଁ ଲୋକମାନଙ୍କର ରକ୍ତ ଗ୍ରୁପ ବି, ସେମାନେ ମକ୍କା, ଗହମ, ମସୁର, ବିଲାତିବାଇଗଣ, ଚୀନାବାଦାମ, ଖସା ଏବଂ କୁକୁଡ଼ା ଆଦି ଖାଇବା ଅନୁଚିତ। ଏହା ପରିବର୍ତ୍ତେ ସେମାନେ ଶାଗୁଆ ପରିବା, ଅଣ୍ଡା, କମ୍ ଚର୍ବି ଭାଗ ଥିବା ଖାଦ୍ୟ ଖାଇବା ଠିକ୍। ବି ଗ୍ରୁପ ରକ୍ତଧାରୀ ଲୋକମାନଙ୍କର କର୍ଟିସଲ୍ ହର୍ମୋନ୍ ସ୍ତର ସ୍ୱାଭାବିକ ଠାରୁ ଅଧିକ ଥିବାରୁ ସେମାନେ ନିଜ ଶରୀରର ରୋଗପ୍ରତିରୋଧକ ଶକ୍ତି ଦ୍ୱାରା ସୃଷ୍ଟ ରୋଗ, ମେଦବହୁଳତା, ମଧୁମେହ ଓ ସଂକ୍ରମଣ ଆଦି ରୋଗରେ ଆକ୍ରାନ୍ତ ହୋଇ ପାରନ୍ତି।

ଏବି ଗ୍ରୁପ ରକ୍ତ: ଏବି ଗ୍ରୁପ ରକ୍ତଧାରୀ ଲୋକେ ନିଜ ଭୋଜନରେ ତୋଫୁ, ସାମୁଦ୍ରିକ ଖାଦ୍ୟ, ଦୁଗ୍ଧଜାତ ଦ୍ରବ୍ୟ ଓ ସବୁଜ ପରିବା ଆଦି ସାମିଲ କରିବା ବିଧେୟ। ସେମାନଙ୍କର ପାକସ୍ଥଳୀ ଏସିଡ୍ କମ୍ ଥିବାରୁ ପାଚନ କ୍ରିୟା ସମସ୍ୟା ଭୋଗିବାର ଆଶଙ୍କା ଥାଏ। କ୍ୟାଫିନ୍, ମଦ, ପୋଡ଼ା ମାସଂ ଆଦି ସେମାନେ ନ ଖାଇବା ଭଲ।