ମାଲକାନଗିରି ଜିଲ୍ଲାରେ ଡିଜେଲ ସଙ୍କଟ ! ଯାନବାହନ ଚଳାଚଳ ଓ ଚାଷ କାମ ପ୍ରଭାବିତ

25

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ଦେଖାଦେଇଛି ଡିଜେଲ ସଙ୍କଟ । ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପରେ ଡିଜେଲର ଘୋର ଅଭାବ । ଫଳରେ ସମଗ୍ର ଜିଲ୍ଲାରେ ଯାନବାହନ ଚଳାଚଳ ପ୍ରଭାବିତ ହବା ସହ ଚାଷ କାମ ମଧ୍ୟ ପ୍ରଭାବିତ ହୋଇଛି । ପ୍ରତି ଦିନ ତୈଳ ଦର ପରିବର୍ତ୍ତନ ନିଷ୍ପତି ପରେ ମାଲକାନଗିରିରେ ଏଭଳି ସଙ୍କଟ ଦେଖିବାକୁ ମିଳିଛି । ଯେଉଁ ଅନୁପାତରେ ଜିଲ୍ଲାକୁ ତେଲ ଆସିବା କଥା, ଗତ ସପ୍ତାହେ ହେବ ପେଟ୍ରୋଲ ଓ ଡିଜେଲ ଆସୁନଥିବା କହିଛନ୍ତି ପେଟ୍ରୋଲ ପମ୍ପ ମାଲିକ । ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ଏନେଇ ଜିଲ୍ଲା ଯୋଗାଣ ବିଭାଗ ନିକଟରେ କୌଣସି ଖବର ନାହିଁ ।