ଜୟଦେବବିହାର ଓଭରବ୍ରିଜ ଠାରେ ଡ୍ରେନରେ ଭାସୁଛି ଡିଜେଲ ! ମାଗଣା ଡିଜେଲ ନେବା ପାଇଁ ପ୍ରବଳ ଭିଡ, ଜୟଦେବବିହାର ଅଞ୍ଚଳ ପୂରା ଜାମ୍

39

କନକ ବ୍ୟୁରୋ : ଡ୍ରେନରେ ଅଳିଆ ପାଣି ବଦଳରେ ବାହାରୁଛି ମହଙ୍ଗା ଡିଜେଲ ।ଜୟଦେବ ବିହାର ଓଭରବ୍ରିଜ ଠାରେ ଥିବା ଡ୍ରେନରେ ଭାସୁଛି ଡିଜେଲ । disel 2ଆଜି ସକାଳେ ଏହି ଘଟଣା ପ୍ରଘଟ ହେବା ପରେ ଓଭରବ୍ରିଜ ପାଖକୁ ଲୋକଙ୍କ ସୁଅ ଛୁଟିଛି । ହଜାର ହଜାର ସଂଖ୍ୟାରେ ଲୋକେ ଡିଜେଲ ନେବାକୁ ଓଭରବ୍ରିଜ ପାଖରେ ଭିଡ ଲଗାଇଛନ୍ତି । ବାଟରେ ଯାଉଥିବା ପଥଚାରୀ ମଧ୍ୟ ଡିଜେଲ ବାହାରୁଥିବା ଖବର ଶୁଣି ଅଟକି ଯାଇଛନ୍ତି ଓଭରବ୍ରିଜ ନିକଟରେ । ଏପରିକି କିଛି ଲୋକ ବୋଟଲରେ ମାଗଣା ଡିଜେଲ ପୂରାଇ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ପୋଲିସ ପହଞ୍ଚିବା ପୂର୍ବରୁ ଯିଏ ଯେପରି ପାଇଲା ଡିଜେଲ ପୂରାଇ ସାଙ୍ଗରେ ନେଇ ଯାଉଛନ୍ତି ।

disel 3ଏହି ଘଟଣା ପ୍ରଘଟ ହେବା ପରେ ଓଭରବ୍ରିଜ ଉପରେ ଓ ତଳେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ମାଗଣା ଡିଜେଲ ନେବା ପାଇଁ ଏତେ ଭିଡ ହୋଇଥିଲା ଯେ ଜୟଦେବ ବିହାରରେ ଟ୍ରାଫିକ ସେବା ଏକରକରମ ବିପର୍ଯ୍ୟସ୍ତ ହୋଇଯାଇଥିଲା । ଗାଡିମଟର ଯାତାୟତ କିଛି ସମୟ ପାଇଁ ଠପ ହୋଇଯାଇଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭିଡ ନିୟନ୍ତ୍ରଣ କରିବା ସହ ଡ୍ରେନରେ ଡିଜେଲ ଭାସୁଥିବା ଘଟଣାର ତଦନ୍ତ ଆରମ୍ଭ କରିଛି ।

 

ଏବେ ଦେଶରେ ଡିଜେଲ ଦର କ୍ରମାଗତ ଭାବେ ବଢି ଚାଲିଛି । ଏଭଳି ସମୟରେ ଡ୍ରେନରେ ଡିଜେଲ ଭାସୁଥିବା କଥା ପ୍ରଘଟ ହେବା ପରେ ମାଗଣା ଡିଜେଲ ନେବା ପାଇଁ ପ୍ରବଳ ଭିଡ ଦେଖାଦେଇଛି । ଲୋକମାନେ ବିଭିନ୍ନ ଉପାୟରେ ଡ୍ରେପରୁ ଡିଜେଲ ସଂଗ୍ରହ କରିବାରେ ଲାଗି ପଡିଛନ୍ତି । ଏପରିକି କିଛି ଯାତ୍ରୀ ମଧ୍ୟ ଗାଡି ରାସ୍ତା କଡରେ ସାଇଟ କରି ଡିଜେଲ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।ତେବେ ଡ୍ରେନରେ କିପରି ଏତେ ପରିମାଣର ଡିଜେଲ ଭାସିଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।