ରାଜଧାନୀରେ ସ୍ଥାନୀୟ ଜନତାଙ୍କ ସହ ମୋଦିଙ୍କ ମନ କି ବାତ ଶୁଣିଲେ ଧର୍ମେନ୍ଦ୍ର । କୁନ୍ଦୁଲି ଘଟଣାରେ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

49

କନକ ବ୍ୟୁରୋ : ରାଜଧାନୀରେ ସ୍ଥାନୀୟ ଜନତାଙ୍କ ସହ ମୋଦିଙ୍କ ମନ କି ବାତ ଶୁଣିଛନ୍ତି ଧର୍ମେନ୍ଦ୍ର । କାର୍ଯ୍ୟକ୍ରମ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି କୁନ୍ଦୁଲି ଘଟଣାରେ ସତ୍ୟ ଲୁଚାଉଛନ୍ତି ସରକାର । ସତ ସାହସ ଥିଲେ ସିବିଆଇକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ସେ ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ପ୍ରଜାତନ୍ତ୍ରରେ ରକ୍ଷକ ଭକ୍ଷକ ସାଜିଛି, ଲୋକେ ଏହାର ଜାବବ ଦେବେ ।

ଓଡିଶାରେ ଗରିବ ଆଦିବାସୀ ଝିଅର ଇଜ୍ଜତ ରକ୍ଷାକରିବାରେ ଶାସକ ଦଳ ବିଫଳ ହୋଇଥିବା ବେଳେ ବିଜେଡିର ପ୍ରବକ୍ତା ଝିଅର ପ୍ରେମ ବ୍ୟାପାର କଥା ଉଠାଇଥିବା ଧର୍ମେନ୍ଦ୍ର କହିଥିଲେ । ଡିଜିଙ୍କ ନାଁରେ ପରିବାର ଲୋକ ଅଭିଯୋଗ ଆଣୁଥିବା ବେଳେ ରାଜ୍ୟର ଗୃହମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନିଜର ଡିଣ୍ଡିମ ପିଟୁଥିବା ସେ କହିଥିଲେ । ସ୍ଥାନୀୟ ସଭାରେ ସେ ନବୀନ ସରକାରର କଟୁ ସମାଲୋଚନା କରିଥିଲେ ।

ଖୋଦ ଓଡିଶା ପୋଲିସ ଡିଜି, ଡିଆଇଜି ମାନବାଧିକାର ସୁରକ୍ଷା, କୋରାପୁଟ ଏସପି ଓ ସର୍ବୋପରି ଗୃହମନ୍ତ୍ରୀ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆତ୍ମହତ୍ୟା ମାମଲାରେ ଦୋଷୀ ଅଟନ୍ତି । ପ୍ରଜାତନ୍ତ୍ରରେ ରକ୍ଷକ ଭକ୍ଷକ ହେବା ଅତି ବିଡ଼ମ୍ବନାର ବିଷୟ ବୋଲି ଧର୍ମେନ୍ଦ୍ର କହିବା ସହ ଦୁଃଖପ୍ରକାଶ କରିଛନ୍ତି ।