ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ ! ପ୍ରକଳ୍ପ ପାଇଁ ୫୦ ଏକର ଜାଗା ଯୋଗାଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ

127

କନକ ବ୍ୟୁରୋ : ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ବରୁଣେଇ ପାହାଡ଼ର ପାଦଦେଶରେ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ୫୦ ଏକ ଜାଗା ଯୋଗାଇବା ପ୍ରକ୍ରିୟାକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

୧୮୧୭ ମସିହାରେ ଇଂରେଜ ସରକାର ବିରୁଦ୍ଧରେ ଓଡ଼ିଶାରେ ପ୍ରଥମ ବିଦ୍ରୋହ ହୋଇଥିଲା, ଯାହାର ନାମ ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହ । ଏହାକୁ ପାଇକ ବିଦ୍ରୋହ କୁହାଯାଉଥିଲେ ହେଁ ପ୍ରକୃତରେ ଏହା ଥିଲା ଭାରତର ପହିଲି ସ୍ୱାଧୀନତା ଲଢ଼େଇ । ଏହାର ନେତୃତ୍ୱ ନେଇଥିଲେ ସଂଗ୍ରାମ ବୀର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ । ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି କୁ ଅନୁରୋଧ ଓଡିଆଜାତିର ଭାବାବେଗ ସହ ଭାବେ ଜଡିତ ଇଂରେଜ ବିରୋଧରେ ଭାରତର ଏହି ପ୍ରଥମ ସଂଗଠିତ ସ୍ୱାଧୀନତା ସଂଗ୍ରାମର ସ୍ମୁତିରକ୍ଷା ଆଗାମୀ ଶହଶହ ବର୍ଷ ପାଇଁ ସମଗ୍ର ବିଶ୍ୱର ନଜରକୁ ଓଡିଶା ଆଡକୁ ଟାଣିବା ପାଇଁ ଏକ ପେଣ୍ଠସ୍ଥଳୀ ହୋଇପାରିବ ।

paika rebelion

କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ରାଜ୍ୟର ସାଂସ୍କୃତିକ ପରିବେଶ ପାଇଁ ଏହି ପ୍ରକଳ୍ପ ଗରୁତ୍ୱ ବହନ କରୁଛି । ତେଣୁ ଯେତେ ଶ୍ରୀଘ୍ର ଜାଗା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଜରିଆରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଏହି ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରୟମ ପ୍ରଧାନମନ୍ତ୍ରୀଙ୍କ ହାତରେ କରାଇବା ଉଚିତ୍ ବୋଲି ମଧ୍ୟ କହିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟରେ ଓ ଦିୀଲ୍ଲିରେ ଅନେକ କାର୍ଯ୍ୟକ୍ରମ ଓ ସଭାର ଆୟାଜନ ହୋଇଥିଲା । ପାଇକ ବିଦ୍ରୋହ ନେଇ ଡାକଟିକଟ ଓ ମୁଦ୍ରା ତିଆରି ହେବାର ଯୋଜନା ମଧ୍ୟ ରହିଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ମହେଶ ଶର୍ମା ଏନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିବା କଥା ମଧ୍ୟ କେନ୍ଦ୍ରମନ୍ତ୍ରୀ ମନେପକାଇ ଦେଇଛନ୍ତି ।

 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏହି ସ୍ମାରକୀ ନିର୍ମାଣ ଦ୍ୱାରା ମହାନ ବିପ୍ଳବର ସ୍ମାରକୀକୁ ଆଗାମୀ ଶହଶହ ବର୍ଷ ପର୍ଯ୍ୟନ୍ତ ଆଗାମୀ ପୀଢିସମୂହଙ୍କୁ ପ୍ରେରଣା ଯୋଗାଇବ । ଏହି ସ୍ଥାନରେ ପାଇକ ବିଦ୍ରୋହର ନାୟକ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଉଲ୍ଲେଖ କରାଯିବ । ଏହାବ୍ୟତୀତ ବକ୍ସି ଜଗବନ୍ଧୁ ଓ ପାଇକ ବିଦ୍ରୋହ ସମ୍ପର୍କିତ ଏକ ସଂଗ୍ରହାଳୟ ସ୍ମାରକୀର ଅନ୍ୟତମ ମୁଖ୍ୟ ଆକର୍ଷଣ ହେବ ବୋଲି ଚିଠିରେ ଲେଖିଛନ୍ତି । କେନ୍ଦ୍ର ସରକାର ଓ ଇଣ୍ଡିଆନ୍ ଓଏଲ ଫାଉଣ୍ଡେସପନ ଏନେଇ ଅବାଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରିଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।