ଲୋୟର ପିଏମଜିରେ ଶିକ୍ଷକ ସଂଘଙ୍କୁ ଭେଟି ଆଲୋଚନା କଲେ ଧର୍ମେନ୍ଦ୍ର !

20

କନକ ବ୍ୟୁରୋ : ଶିକ୍ଷକ ସଂଘଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଲୋୟର ପିଏମଜିରେ ଓଡିଶା ସ୍କୁଲ କଲେଜ ଶିକ୍ଷକ ମିଳିତ ମଂଚଙ୍କୁ ଭେଟି ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ସରକାର ଆନ୍ଦୋଳନ ଉପରେ ଶୀଘ୍ର ନିର୍ଣ୍ଣୟ ନେବାକୁ ନିବେଦନ କରିଛନ୍ତି । ଓଡିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ବର୍ତମାନ ସହିତ ଖେଳାନଯାଉ ଏବଂ ଏ ସମସ୍ୟାର ସମାଧାନ ହେଲେ ଓଡିଶାବାସୀଙ୍କ ହିତରେ ଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏନେଇ ଅବଗତ ଅଛନ୍ତି ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ଅମର ଶତପଥୀ । ଏହା ଭିତରେ ଶନିବାର ମିଳିତ ମଂଚର ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିଲା ବେଳେ ଆସନ୍ତା ୨୨ ତାରିଖରେ ପୁଣି ଥରେ ବିଶାଳ ସମାବେଶ ଆୟୋଜନ କରିବାକୁ ଯାଉଛି ମିଳିତ ମଂଚ । ଆଜକୁ ୫ ଦିନ ହେଲା ବ୍ଲକ ଗ୍ରାଣ୍ଡ ଉଚ୍ଛେଦ ଦାବି ନେଇ ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଂଚ ଆନ୍ଦୋଳନ ଜାରି ରହିଛି ।