ପଦୋନ୍ନତି ପରେ ଓଡିଶା ଆସିଲେ ଧର୍ମେନ୍ଦ୍ର ପ୍ରଧାନ ! କହିଲେ, ରାଜ୍ୟବାସୀଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ

35

କନକ ବ୍ୟୁରୋ : ପଦୋନ୍ନତି ପରେ ଓଡିଶାରେ ପହଂଚିଛନ୍ତି ରାଜ୍ୟ ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ । ରାଷ୍ଟ୍ରମନ୍ତ୍ରୀରୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ପାଇଥିବା ଏହି କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରିବାକୁ ପହଂଚିଥିଲେ ରାଜ୍ୟ ବିଜେପିର ଛାମୁଆ ନେତା ଓ ହଜାର ହଜାର କର୍ମୀ । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡିଆ ନେତାଙ୍କ ପଦୋନ୍ନତି ପେର ବେଶ ଉତ୍ସାହିତ ରାଜ୍ୟ ବିଜେପି ଶିବିର ।

ସେପଟେ ଜଗନ୍ନାଥଙ୍କ କୃପାରୁ କ୍ୟାବିନେଟ ପାହ୍ୟା ମିଳିଲା ଏବଂ ଓଡିଶାବାସୀଙ୍କ ଉପରେ ପ୍ରଧାନମନ୍ତ୍ରୀ ଆସ୍ଥା ପ୍ରକଟ କରିଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ତେବେ ଧର୍ମେନ୍ଦ୍ରଙ୍କ ପଦୋନ୍ନତିକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି । ନବୀନଙ୍କୁ ଚେକମେଟ ଦେବା ଲାଗି ମୋଦି-ଶାହା ଯୋଡିଙ୍କ ଏହା ରାଣନୀତି ବୋଲି ଚର୍ଚ୍ଚା ଭିତରେ ପୁଣି ୧୨୦ ଆସନ ଜିତିବା ନେଇ ଦୃଢୋକ୍ତ କରିଛନ୍ତି ଧର୍ମେନ୍ଦ୍ର ପ୍ରଥାନ । କହିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ୨୦୧୯ ପାଇଁ ଯେଉଁ ୧୨୦ ଆସନର ଅଂକ କଥା କହିଥିଲେ ସେହି ଲକ୍ଷ୍ୟ ପୂରଣ ଦିଗରେ କାମ କରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।