ଗଣତିରେ ଗଡବଡ ! ସିଟ୍ ପାଇଁ କିଛି ବି କରିପାରେ ବିଜେଡି

60

କନକ ବ୍ୟୁରୋ : ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପରେ ୨୫ରେ ଜଣା ପଡିବ ଚୁଡ଼ାନ୍ତ ଫଳାଫଳ । ହେଲେ ଅନଔପଚାରିକ ତଥ୍ୟକୁ ଆଧାର କରି ବିଜେଡି ଓ ବିଜେପି ଭିତରେ ଚାଲିଛି ଛକାପନ୍‍ଝା । ଚତୁର୍ଥ ପର୍ଯ୍ୟାୟ ସୁଦ୍ଧା ୭ଶହ ଜୋନ୍‍ରୁ ୨୪୯ଟିରେ ବିଜୟୀ ହୋଇଛି ବିଜେପି । ଆଶା ଠାରୁ ଅଧିକ ସଫଳତା ପାଇବା ପରେ ଆଶଙ୍କାର ବୁଢୀଆଣୀ ଜାଲ ଭିତରେ ଗୁଡ଼େଇ ତୁଡ଼େଇ ହେଉଛି ଦଳ ।

ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଶଙ୍କା କରିଛନ୍ତି ୨୫ରେ ପରିବର୍ତ୍ତନ ହୋଇଯିବନି ତ ଚୁଡ଼ାନ୍ତ ଫଳାଫଳ । କାରଣ ପୂର୍ବରୁ ବି ସେ ଅଭିଯୋଗ କରି ଆସୁଛନ୍ତି, ଅମଲାଙ୍କ କବ୍‍ଜାରେ ଶାସନକଳ । ଆଉ ଏବେ ଅମଲାଙ୍କ ହାତରେ ବାଲଟ୍‍ ବକ୍ସ ।

ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ଏ ସନ୍ଦେହକୁ କାଉଂଟର କରିଛନ୍ତି ବିଜେଡିର ସିଜିନ୍‍ଡ ନେତା ଦାମୋଦର ରାଉତ । ଧର୍ମେନ୍ଦ୍ରଙ୍କୁ ପ୍ରତ୍ୟାଖ୍ୟାତ ନେତା କହିବା ସହ ରମଣ ସିଂଙ୍କୁ ପ୍ରଚାରରେ ଲଗାଇବା କଥାକୁ ସମାଲୋଚନା କରିଛନ୍ତି । ଗୋଟିଏ ପଟେ ଗାଁ ଜନାଦେଶ ରାଜ୍ୟ ରାଜନୀତିରେ ଧର୍ମେନ୍ଦ୍ର ବନାମ୍‍ ନବୀନ ଯୁଦ୍ଧକୁ ଜନ୍ମ ଦେଇଥିବା ବେଳେ ଧର୍ମେନ୍ଦ୍ରଙ୍କୁ ଚେକ୍‍ ଦେବାକୁ ବିଜେଡି ଘନଘନ ଆକ୍ରମଣ କରୁଛି ।