କଳିଯୁଗର ରାମାୟଣ ! ମୋଦି ସାଜିଛନ୍ତି ରାମ , ହନୁମାନ କିଏ ଦେଖନ୍ତୁ . . .

148

ଭଗବାନଙ୍କୁ ଭକ୍ତି କରିବା କିମ୍ବା ପୂଜାର୍ଚ୍ଚନା କରିବା ଭାରତୀୟ ସଂସ୍କୃତିର ଏକ ଅଙ୍ଗ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନ ମାନି ଭକ୍ତି କରିବା କେବେ ଶୁଣିଛନ୍ତି ! ପ୍ରଧାନମନ୍ତ୍ରୀଙ୍କ ପ୍ରସଂଶକଙ୍କ ସଂଖ୍ୟା ବଢିବା ବିଲକୁଲ ଆଶ୍ଚର୍ଯ୍ୟକର କଥା ନୁହଁ , କିନ୍ତୁ ମୋଦିଙ୍କୁ ଭଗବାନ ମାନିବା ବିଲକୁଲ ଏକ ନୂଆ କଥା । ଆଉ ଏହି ଭକ୍ତ ଜଣକ ହେଉଛନ୍ତି ବିହାରର ବେଗୁସରାଇର ବାସିନ୍ଦା ଶ୍ରବନ ଶାହା ।

ଶ୍ରବନ ଭଗବାନ ରାମଚନ୍ଦ୍ରଙ୍କ ପରି ମାନନ୍ତି ପ୍ରଧାନମନ୍ତୀ ମୋଦିଙ୍କୁ । ଏଥିପାଇଁ ସେ ମୋଦିଙ୍କ ସମସ୍ତ ରାଲିରେ ହନୁମାନ ବେଶରେ ପହଞ୍ଚି ଯାଆନ୍ତି । ମୋଦିଙ୍କ ପାଇଁ ତାଙ୍କ ଭକ୍ତି ଏପରି ଯେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ସେ ମୋଦିଙ୍କ ସବୁ ରାଲିରେ ଉପସ୍ଥିତ ରୁହନ୍ତି । ସବୁଠାରୁ ମଜାଦାର କଥା ହେଲା ସେ ମୋଦିଙ୍କୁ କେବେ ସାମ୍ନାସାମ୍ନି ଭେଟି ନାହାନ୍ତି କିମ୍ବା ଏପରି କିଛି ହେବ ବୋଲି ଆଶା ମଧ୍ୟ ଦେଖା ଯାଉନାହିଁ । ତଥାପି ମୋଦିଙ୍କ ପ୍ରତି ତାଙ୍କର ଭକ୍ତି ଓ ସମ୍ମାନ କମିନି ।

ବେଗୁସରାଇ କୋର୍ଟରେ ଏକ ଛୋଟ ଚାକିରୀ କରୁଥିବା ଶ୍ରବନଙ୍କ ମୋଦି ଭକ୍ତି ଏତେ ଯେ ଯେଉଁଠି ମୋଦିଙ୍କ କୌଣସି କାର୍ଯ୍ୟକ୍ରମ ଚାଲିଥାଏ, ସେ ସେଠାକୁ ଯିବା ପାଇଁ ନିଜକୁ ରୋକି ପାରନ୍ତି ନାହିଁ । ନିକଟରେ କାନପୁରରେ ମୋଦିଙ୍କର ହୋଇଥିବା ଏକ ରାଲିରେ ତାଙ୍କ ଅଦ୍ଭୁତ ବେଶଭୂଷା ପାଇଁ ସେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । କେବଳ ସେତିକି ନୁହଁ ନୋଟ ବନ୍ଦ ନିଷ୍ପତିକୁ ନେଇ ଯେବେ ବି ସାମ୍ବାଦିକମାନେ ତାଙ୍କୁ କିଛି ବି ପ୍ରଶ୍ନ କରିଛନ୍ତି ସେ ସବୁବେଳେ ମୋଦିଙ୍କ ସପକ୍ଷରେ ହିିଁ ଯୁକ୍ତି ବାଢିଛନ୍ତି ।