ଶେଷରେ ମାନିଲେ ମୋଦି ସରକାର ! କୃଷକଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା ବିମୁଦ୍ରାକରଣ ନିଷ୍ପତି

269

କନକ ବ୍ୟୁରୋ : ଦୁଇ ବର୍ଷ ପୂର୍ବେ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ବିମ୍ରୁଦ୍ରକାରଣ ନିଷ୍ପତିକୁ ନେଇ ଦେଶରେ ଲଗାତାର ଚର୍ଚ୍ଚା ହେଉଛି । ଆଜି ବି ଥମିତି ବିମୁଦ୍ରାକରଣ ତାତି । ଆଜି ପର୍ଯ୍ୟନ୍ତ ବିମୁଦ୍ରାକରଣକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ । ବାରମ୍ବାର ଏନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି । ବିରୋଧୀ ଏହି ନିଷ୍ପତିକୁ ଦୁର୍ଭାଗ୍ୟପୂର୍ଣ୍ଣ କହୁଥୀବା ବେଳେ ସରକାର ଏହାକୁ ଉଚିତ ନିଷ୍ପତି ବୋଲି କହୁଛି । ତେବେ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରାଳୟ ନିଜର ଏକ ରିପୋର୍ଟରେ ମାନିଛନ୍ତି, କୃଷକଙ୍କ ଉପରେ ବିମୁଦ୍ରାକରଣର ନିଷ୍ପତି ଯୋଗୁଁ ପ୍ରତିକୂଳ ପ୍ରଭାବ ପଡ଼ିଛି ।

demonetization
Image Courtesy : http://bsmedia.business-standard.com

ଅର୍ଥ ମନ୍ତ୍ରାଳୟ ସହ ଜଡ଼ିତ ସଂସଦର ଏକ ସ୍ଥାୟୀ ସମିତି ବୈଠକରେ କୃଷି ମନ୍ତ୍ରାଳୟ ମାନିଛି ବିମୁଦ୍ରାକରଣ ନିଷ୍ପତି ଯୋଗୁଁ ନଗଦରେ ଅଭାବ ଦେଖାଦେଇଥିଲା । ଯଦ୍ୱାରା ଯୋଗୁଁ ଲକ୍ଷ ଲକ୍ଷ କୃଷକଙ୍କ ରବି ଋତୁରେ ବିହନ କିଣିପାରିନଥିଲେ । ବିମୁଦ୍ରାକରଣ ନିଷ୍ପତି ଯୋଗୁଁ କୃଷକମାନେ ହିଁ ଅଧିକ ପ୍ରଭାବିତ ହୋଇଥିଲେ । କୃଷି ମନ୍ତ୍ରାଳୟ ବିମୁଦଆକରଣ ନିଷ୍ପତ୍ତି ନେଇ ଏକ ରିପୋର୍ଟ ସଂସଦୀୟ ସମିତିରେ ଦାଖଲ କରିଛନ୍ତି ।

କୃଷି ମନ୍ତ୍ରାଳୟ, ସମିତିରେ ମାନିଛି ବିମୁଦ୍ରାକରଣ ସମୟରେ କୃଷକ ଫସଲ ବିକ୍ରି କରିବା ସହ ରବି ଫସଲର ବୁଣିବା ପାଇଁ ପ୍ରସ୍ତୁତି କରୁଥିଲେ । ହଠାତ୍ ବିମୁଦ୍ରାକରଣ ଯୋଗୁଁ ନଗଦର ଅଭାବ ଦେଖାଦେଇଥିଲା । ମନ୍ତ୍ରାଳୟ ଅନୁସାରେ କ୍ୟାସରେ ଅଭାବ ଯୋଗୁଁ ଜାତୀୟ ବିହନ ନିଗମର ପାଖାପାଖି ୧ ଲକ୍ଷ ୩୮ ହଜାର କ୍ୱିଣ୍ଟାଲ ଗହମ ବିକ୍ରି ହୋଇପାରିନଥିଲା । ତେବେ ପରେ ସରକାର ଗହମ ଓ ବିହନ କିଣିବା ପାଇଁ ୧୦୦୦ ଓ ୫୦୦ ଟଙ୍କା ପୁରୁଣା ନୋଟ ବ୍ୟବହାରର ପାଇଁ ଅନୁମତି ଦେଇଥିଲେ । ହେଲେ କୃଷି ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ସରକାରଙ୍କ ଅନୁମତି ପରେ ମଧ୍ୟ ବିହନ ବିକ୍ରିରେ ସେପରି କିଛି ଆଖିଦୃଶିକଆ ପରିବର୍ତ୍ତନ ହୋଇନଥିଲା ।