ସଂସଦକୁ ଧୋଇଦେଲା ବିମୁଦ୍ରାକରଣ: ଉଭୟ ଗୃହରେ ବିରୋଧୀଙ୍କ ହୋହାଲ୍ଲା

26

କନକ ବ୍ୟୁରୋ : ସଂସଦକୁ ଧୋଇ ଦେଲା କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ । ଆଜି ବି ସଂସଦ ଆରମ୍ଭରୁ ବିରୋଧୀ କରିଛନ୍ତି ହଙ୍ଗାମା । ଆଜି ଶୀତ ଅଧିବେଶନର ଶେଷ ଦିନରେ ୧୫ଟି ବିଲ୍ ଉପସ୍ଥାପନ ହେବାe ଥିଲା । ତେବେ ୨ଟି ବିଲ୍ ଉପସ୍ଥାପିତ ହୋଇଥିବା ବେଳେ ବାକି ୧୩ଟି ହୋଇ ପାରିନାହଁ । ତେବେ ଆଜି ରାଜ୍ୟସଭା ଆରମ୍ଭରୁ ବିରୋଧୀ ହଟ୍ଟଗୋଳ କରିଥିଲେ । ନୋଟବନ୍ଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରି ବିରୋଧୀ ହୋହଲ୍ଲା କରିଥିଲେ । ଫଳରେ ଗୃହକୁ ଅନିର୍ଦ୍ଦିଷ୍ଟକାଳ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ସେପଟେ ଲୋକସଭାରେ ମଧ୍ୟ ଅଚଳାବଳାସ୍ଥା ଜାରି ରହିଛି । ରାଜ୍ୟସଭାରେ ପାରିତ ହୋଇଥିବା ବିଲକୁ ଲୋକସଭାରେ ପାରିତ କରାଯିବ । ତେବେ ଆଜି ବିମୁଦ୍ରାକରଣ ପ୍ରସଙ୍ଗ ସଂସଦର ଉଭୟ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ ବିରୋଧୀ । ପ୍ରଶ୍ନକାଳରେ ବିରୋଧୀ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ବାମଦଳର ନେତା ବିମୁଦ୍ରାକରଣ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଦାବି କରି ହୋହଲ୍ଲା କରିଥିଲେ । ଫଳରେ ଗୃହକୁ ଦିନ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁମିତ୍ରା ମହାଜନ ।