ବିମୁଦ୍ରାକରଣ ଯୋଗୁଁ ପ୍ରଭାବିତ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ! ପ୍ରାୟ ୧୮ ଲକ୍ଷ ଅଚଳ ଟଙ୍କା ପୋଡିପାରେ ଶ୍ରୀମନ୍ଦିର ପ୍ରଶାସନ

25

କନକ ବ୍ୟୁରୋ : ବିମୁଦ୍ରାକରଣ ଯୋଗୁଁ ପ୍ରଭାବିତ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା । ମହାପ୍ରଭୁଙ୍କ ହୁଣ୍ଡିରୁ ବାହାରିଥିବା ପ୍ରାୟ ୧୮ ଲକ୍ଷ ଅଚଳ ଟଙ୍କା ଏବେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି । କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁସାରେ ମାର୍ଚ ୩୧ରୁ ବ୍ୟାଙ୍କ ଅଚଳ ଟଙ୍କା ନନେବାରୁ ସେବେଠାରୁ ହୁଣ୍ଡିରେ ପଡିଥିବା ୧୮ ଟଙ୍କା ପ୍ରଶାସନ ପାଖରେ ରହିଛି ।

ତେବେ ଏହି ଟଙ୍କାକୁ ବ୍ୟାଙ୍କରେ ଡିପୋଜିଟ୍ ପାଇଁ ଆରବିଆଇ ଓ କେନ୍ଦ୍ର ସରକାରଙ୍କୁ ଜଣାଯାଇଥିଲେ ସୁଦ୍ଧା କିଛି ସନ୍ତୋଷ ଜନକ ଉତର ମିଳିନଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଟଙ୍କାକୁ କଣ କରାଯିବ ସେନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୌଠକରେ ନିଷ୍ପତି ନିଆଯିବ । ତେବେ ଯଦି ଟଙ୍କା ବ୍ୟାଙ୍କରେ ଡିପୋଜିଟ୍ ହୋଇପାରିବ ନାହିଁ ତେବେ ସେ ଅଚଳ ଟଙ୍କାକୁ ପୋଡା ଯିବ ନହେଲେ ପୋତା ଯିବ ବୋଲି କୁହାଯାଉଛି ।

ଆଜି ବିମୁଦ୍ରାକରଣକୁ ବର୍ଷେ ପୂରିଲା ।  ୮୬ ପ୍ରତିଶତ ନୋଟ୍‌କୁ ଅଚଳ ଘୋଷଣା କରିବା ଥିଲା ଏକ ବିରଳ ପଦକ୍ଷେପ । ତେବେ ମୋଦି ସରକାରଙ୍କ ଏହି ବିମୁଦ୍ରାକରଣ  କେତେ ସଫଳ ହୋଇଛି ତାହାକୁ ନେଇ ବିତର୍କ ଜାରି ରହିଛି । ବିରୋଧୀ ଦଳଗୁଡ଼ିକ ଅଭିଯୋଗ  କରୁଛନ୍ତି ଯେ ବିମୁଦ୍ରାକରଣ ସମ୍ପୂର୍ଣ୍ଣ ବିଫଳ ହୋଇଛି । ମାତ୍ର ସରକାର ଦାବି କରୁଛନ୍ତି ଏହା ସଫଳ ହୋଇଛି ।