ବିମୁଦ୍ରାକରଣର ସିଧା ପ୍ରଭାବ : ସୁନାଦର ୩ ସପ୍ତାହରେ କମିଲା ୨ହଜାର ଟଙ୍କା

53

କନକ ବ୍ୟୁରୋ : ସୁନା ବଜାରରେ ଭିଡ । ବାହାଘର ସିଜିନରେ ଖୁବ ଚାଲିଛି କିଣାବିକା । କାରଣ ସୁନା ଦର ଖସି ଆସିଛି ପ୍ରାୟ ୨୮ ହଜାର ୭ ଶହକୁ । ବିମୁଦ୍ରାକରଣର ନିଷ୍ପତି ହୋଇଥିଲା ଗତ ୮ ତାରିଖରେ । ସେଦିନ ଦେଶରେ ସୁନା ଦର ଭରି ପ୍ରତି ଥିଲା ପ୍ରାୟ ୩୧ ହଜାର । ମାତ୍ର ୩ ସପ୍ତାହ ଭିତରେ ଦର ଖସିଛି ପାଖାପାଖି ୨ ହଜାର । ଚର୍ଚ୍ଚା ଚାଲିଛି ସୁନା ଦର ଆଗକୁ ଆହୁରି କମିପାରେ । ତେବେ ସମ୍ଭାବନା ଓ ଚର୍ଚ୍ଚାକୁ ବିଶ୍ୱାସ ନକରି ସୁନା କିଣା ଆରମ୍ଭ କରି ଦେଇଛନ୍ତି ଗ୍ରାହକ ।

ତେବେ ସୁନା ଦର ଉପରେ ପଡିଛି ବିମୁଦ୍ରାକରଣର ପ୍ରଭାବ । ଏ ପ୍ରଶ୍ନର ଉତ୍ତର ଏବେ ବି ଅସ୍ପଷ୍ଟ । କୁହାଯାଉଛି ଡଲାର ସହ ରହିଛି ସୁନାର ସଂପର୍କ । ଡଲାର ମୂଲ୍ୟ ବଢିଲେ ସୁନା ଦର ଖସିଥାଏ । ଆମେରିକା ନିର୍ବାଚନ ପରେ ଡଲାରର ମୂଲ୍ୟ ବଢିଛି । ସେପଟେ ଭାରତରେ କଳାଧନ ଯୋଗୁଁ ସୁନା ଦର ହୁ ହୁ ହୋଇ ବଢିଥିଲା । ଏବେ କଳାଧନଧାରୀଙ୍କ ସହ ସୁନା ଭାଉ ମଧ୍ୟ କମିବ ବୋଲି ଆଶା କରାଯାଉଛି । ବିମୁଦ୍ରାକରଣ ପରେ ଦେଶର ଅର୍ଥନୀତି କେଉଁ ଆଡକୁ ଯିବ । ଆଶା ଆଶଙ୍କାର ହିସାବନିକାଶ ଚାଲିଛି । ହେଲେ ସୁନା ଦର ଖସିବା ଏବେ ମଧ୍ୟବିତ୍ତଙ୍କୁ କିଛି ମାତ୍ରାରେ ଆଶ୍ୱାସନା ଦେଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ :