ଦିନରେ ବି ରାଜଧାନୀ ଦିଲ୍ଲୀ ଅନ୍ଧାର : ସାମ୍ନାକୁ ଆସିଛି ବାୟୁ ପ୍ରଦୂଷଣର ଭୟଙ୍କର ଚିତ୍ର

54

କନକ ବ୍ୟୁରୋ : ଦିନରେ ବି ଦିଲ୍ଲୀ ଅନ୍ଧାର । ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି ଭୟଙ୍କର ରୂପ ନେଇଛି । ଦିନ ବି ରାତି ଭଳି ଦେଖାଯାଉଛି । ପ୍ରଦୂଷଣର ପରମାଣ ପାଇଁ ଯେଉଁ ସୁରକ୍ଷିତ ସୀମା ଧାର୍ଯ୍ୟ କରାଯାଇଛି ତାଠୁ ୧୭ଗୁଣ ଅଧିକ ପ୍ରଦୂଷଣ ରହିଛି ଦିଲ୍ଲୀର ବାୟୁମଣ୍ଡଳ । ଏହା ଦିଲ୍ଲୀବାସୀଙ୍କୁ ଗୁରୁତର ସ୍ୱାସ୍ଥ୍ୟ ସଂକଟ ଆଡକୁ ଟାଣି ନେଉଛି । ବିଶ୍ୱର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ସହର ଭାବେ ପରିଚିତ ହୋଇଛି ଦିଲ୍ଲୀ । ଏପରିକି ଚୀନର ବେଜିଂ ସହରକୁ ମଧ୍ୟ ଟପି ଯାଇଛି ।

ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ, ଯେ ଗୁରୁବାରଠାରୁ ସ୍କୁଲଗୁଡିକୁ ବନ୍ଦ ରଖାଯାଇଛି । ଏବଂ ସ୍ଥିତି ସୁଧୁରିବା ପରେ ହିଁ ସ୍କୁଲ ଖୋଲିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ପ୍ରଦୂଷଣ ପାଇଁ ପଞ୍ଜାବ , ୟୁପି ଓ ହରିୟାଣାକୁ ଦାୟୀ କରିଛନ୍ତି ଦିଲ୍ଲୀ ସରକାର । ଏଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗତକାଲି ଅନୁରୋଧ କରିଥିଲେ । ଆଜି ଏହି ସମସ୍ୟାର ସମାଧାନ ପାଇଁ  ତିନି ରାଜ୍ୟକୁ ଆଲୋଚନା ପାଇଁ ଡକାଇଛି କେନ୍ଦ୍ର ।