ଆଦର୍ଶ ଓ ମତବାଦର ଲଢ଼େଇର ଭୟଙ୍କର ପରିଣାମ । ଟାର୍ଗେଟରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି

40

କନକ ବ୍ୟୁରୋ: ତ୍ରିପୁରାରେ ଲେନିନଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବାର ପ୍ରଭାବ କୋଲକାତା, ମିରଟ୍ ଓ ତାମିଲନାଡ଼ୁରେ ଘଟଣା ସାମ୍ନାକୁ ଆସିଛି । କୋଲକାତାରେ ଶ୍ୟାମାପ୍ରସାଦ ମୁଖାର୍ଜିଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଛି । ମିରଟରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି କିଛି ଦୁର୍ବୃତ୍ତ । ସେପଟେ ତାମିଲନାଡ଼ୁରେ ଦ୍ରାବିଡ କାଝାଗମର ପ୍ରତିଷ୍ଠାତା ରାମସାମୀ ପେରିୟାରଙ୍କ ଷ୍ଟାଚ୍ୟୁ ଉପରେ ମଧ୍ୟ ଆକ୍ରମଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଉଦବେଗ ପ୍ରକାଶ କରିବା ସହ ଏ ନେଇ ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସହ କଥାବାର୍ତା କରିଛନ୍ତି । ରାଜ୍ୟଗୁଡିକୁ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜନାଥ ସିଂହ ।

ଦେଶର ବିଭିନ୍ନ ସ୍ଥାନରେ ମୂର୍ତି ଭଙ୍ଗା ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ ଗୃହ ମନ୍ତ୍ରଣାଳୟ ମଧ୍ୟ ଘଟଣାକୁ ଗୁରୁତର ସହ ନେଇଛି । ଏଭଳି ଘଟଣାକୁ ଗୁରୁତର ସହ ନେବାକୁ ସମସ୍ତ ରାଜ୍ୟଙ୍କୁ କହିଛି ଗୃହ ମନ୍ତ୍ରଣାଳୟ । ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସହ କଥାବାର୍ତା କରିଛନ୍ତି । ମୂର୍ତି ଘଟଣା ଘଟଣାକୁ ନେଇ ଆଜି ଉଠିଛି ପଡ଼ିଛି ରାଜ୍ୟସଭା । ମୂର୍ତି ଭଙ୍ଗା ଘଟଣାକୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ନିନ୍ଦା କରିଛନ୍ତି ।ସେପଟେ ତାମିଲନାଡ଼ୁରେ ଦ୍ରାବିଡ କାଝାଗମର ପ୍ରତିଷ୍ଠାତା ଇଭିଆର୍ ରାମସାମୀ ପେରିୟାରଙ୍କ ଷ୍ଟାଚ୍ୟୁ ଉପରେ ଆକ୍ରମଣ ହୋଇଛି । ମୂର୍ତ୍ତି ଭଙ୍ଗାକୁ ନେଇ ବିଜେପି ଅଧ୍ୟକ୍ଷ ଅମିତ ଶାହ ଟ୍ୱିଟ୍ କରି ଦଳର କର୍ମୀଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଯଦି ଦଳୀୟ କର୍ମୀ ଏଭଳି କାଣ୍ଡ କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଗତକାଲି ତ୍ରିପୁରାର ବେଲୋନିଆ ସବଡିଭିଜନରେ ରୁଷ କ୍ରାନ୍ତିର ନାୟକ ଲେନିନ୍ ପ୍ରତିମୂର୍ତି ଉପରେ ବିଜେପି ସମର୍ଥକ ଚଲାଇଥିଲେ ବୁଲଡୋଜର । ରାମ ମାଧବଙ୍କ ଭଳି କିଛି ବିଜେପି ନେତା ଏହି ଘଟଣାକୁ ଉତ୍ସାହିତ କରିବା ପରେ ଆଉ ଏକ ପ୍ରତିମୂର୍ତିକୁ ମଧ୍ୟ ପଲଟାଇ ଦେଇଥିଲେ କର୍ମୀ । ଏହି ଘଟଣାକୁ ନେଇ ଅଶାନ୍ତ ହୋଇଉଠିଛି ତ୍ରିପୁରା । ଏହାପରେ ସିପିଏମ୍ କର୍ମୀ ତ୍ରିପୁରାର ଜବାବ ଦେଇଛନ୍ତି ପଶ୍ଚିମବଙ୍ଗରେ । ଟଲିଗଂଜରେ ଜନସଂଘର ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜିଙ୍କ ପ୍ରତିମୁର୍ତିକୁ ଗତକାଲି ରାତିରେ ଭାଙ୍ଗିଛନ୍ତି କିଛି ଦୁର୍ବୃତ । ଏକ ପୋଷ୍ଟରରେ ଲେନିନ୍ଙ୍କ ପ୍ରତିମୁର୍ତି ଭାଙ୍ଗିବାର ଏହା ବଦଲା ବୋଲି ଲେଖିଛନ୍ତି ଦୁର୍ବୃତ । ଏହି ଘଟଣାରେ ଯାଦବପୁର ବିଶ୍ୱବିଦ୍ୟାଳୟର ୬ଜଣ ଛାତ୍ରଙ୍କୁ ଗିରଫ କରିଛି ପୋଲିସ ।