ଉତର ଭାରତରେ ଘନ କୁହୁଡି : ବିମାନ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

30

କନକ ବ୍ୟୁରୋ : ଦିଲ୍ଲୀରେ ଘନ କୁହୁଡିର ଆସ୍ତରଣ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଦିଲ୍ଲୀ ସମେତ ପୁରା ଉତର ଭାରତରେ ଘନ କୁହୁଡି ଦେଖିବାକୁ ମିଳିଛି । ଫଳରେ ବିମାନ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଂଟରନ୍ୟାସନାଲ ଏୟାରପୋର୍ଟରୁ ଯିବାକୁ ଥିବା ୧୦ଟି ଘରୋଇ ଓ ୮ଟି ଆର୍ନ୍ତଜାତୀୟ ବିମାନର ସମୟରେ ପରିବର୍ତନ କରାଯାଇଛି । ସେହିପରି ୫୩ଟି ଟ୍ରେନ ବିଳମ୍ବର ଚାଲୁଥିବା ବେଳେ ୨୬ଟି ଟ୍ରେନର ସମୟରେ ପରିବର୍ତନ କରାଯାଇଛି । ଏହାସହ ୩ଟି ଟ୍ରେନକୁ ବାତିଲ କରିଦିଆଯାଇଛି ।

ଘନକୁହୁଡି ଯୋଗୁଁ ରାଜଧାନୀରେ ଗାଡି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଲୋକେ ସକାଳୁ ସକାଳୁ ଯାତାୟାତରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅତି ନିକଟରୁ ରାସ୍ତାଘାଟ ମଧ୍ୟ ଦେଖାଯାଉନାହିଁ ।