ବିମୁଦ୍ରାକରଣ ପରର ସ୍ଥିତି ! ଜୁନ୍‌ ୩୦ପର୍ଯ୍ୟନ୍ତ ପୁରୁଣା ଟଙ୍କାକୁ କରିହେବ ବଦଳ

23

କନକ ବ୍ୟୁରୋ : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ  ଘୋଷଣା କରିଥିଲେ, ଏଣିକି ପୁରୁଣା ନୋଟ ଆଉ ବ୍ୟାଙ୍କରେ ପରିବର୍ତ୍ତନ କରି ହେବ ନାହିଁ । ଯଦି ଏହି ପୁରୁଣା ନୋଟ ନେଇ ବ୍ୟାଙ୍କକୁ ଯିବାକୁ ପଡେ, ତା ପାଇଁ ଦେବାକୁ ପଡିବ ସମ୍ପୂର୍ଣ୍ଣ ବିବରଣୀ । ତେବେ ଅନ୍ୟପକ୍ଷରେ ଆରବିଆଇ ଘୋଷଣା କରି କହିଛନ୍ତି, ପ୍ରବାସୀ ଭାରତୀୟମାନେ ପୁରୁଣା ଟଙ୍କା ପରିବର୍ତ୍ତନ କରି ପାରିବେ ।

ଯେଉଁମାନେ କି ନଭେମ୍ବର ୯ ରୁ ନେଇ ଡିସେମ୍ବର ୩୦ ପର୍ଯ୍ୟନ୍ତ ବିଦେଶରେ ଥିଲେ । ସେମାନେ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କରେ ଟଙ୍କା ପରିବର୍ତ୍ତନ କରି ପାରିବେ ବୋଲି ସୂଚନା ଦିଆଯାଇଛି । ତେବେ ଜଣେ ବ୍ୟକ୍ତି ସପ୍ତାହକୁ ୨୫୦୦୦,ଟଙ୍କାର ପରିବର୍ତ୍ତନ ମଧ୍ୟ କରି ପାରିବେ ।