ଗମ୍ଭୀରଙ୍କ ପାଇଁ ଗମ୍ଭୀର ଅଛନ୍ତି ଦିଲ୍ଲୀବାସୀ ! ବିଜେନ୍ଦରଙ୍କୁ ମିଳୁଛି ପଞ୍ଚ୍ , ଶୀଲା ଦିକ୍ଷିତ୍ ଙ୍କ ଉପରେ ଭାରୀ ପଡୁଛନ୍ତି ମନୋଜ ତିୱାରୀ ।

163

ଦିଲ୍ଲୀରେ ସାତଟି ସିଟରେ ନିର୍ବାଚନ ଫଳାଫଳ ଆସିବାକୁ ଯାଉଛି ଆକଳନ ଅନୁସାରେ ୭ ରୁ ୭ ସିଟକୁ ବିଜେପି ଅକ୍ତିଆର କଲା ଭଳି ଦେଖାଯାଉଛି । ନର୍ଥ ୱେଷ୍ଟ୍ ଦିଲ୍ଲୀରେ ବିଜେପିର ହଂସରାଜ ହଂସ , ଆପ୍ ର ଗଗନ୍ ସିଂହ ୨୨,୨୮୦ ଭୋଟରେ ଆଗୁଆ ଚାଲୁଛନ୍ତି । ପୂର୍ବ ଦିଲ୍ଲ୍ୀରେ କ୍ରିକେଟରରୁ ରାଜନୀତିରେ ପ୍ରବେଶ କରିଥିବା ଗୌତମ ଗମ୍ଭୀର ଜିତିବା ଭଳି ଲାଗୁଛନ୍ତି ।

ଦିଲ୍ଲୀ ପୂର୍ବ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତ୍ ପୁଣିଥରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତାଙ୍କ ବିପକ୍ଷରେ ବିଜେପିର ଷ୍ଟାର କ୍ୟାଣ୍ଡିଡେଟ୍ ମନୋଜ ତିୱାରୀ ନିର୍ବାଚନୀ ରଣକୁ ଓହ୍ଲାଇଛନ୍ତି । ତେବେ ତାଙ୍କର ପଲ୍ଲା ମଧ୍ୟ ଭାରି ରହିଛି । ଦକ୍ଷିଣ ଦିଲ୍ଲୀରେ କଂଗ୍ରେସ ପ୍ରାର୍ଥୀ ବକ୍ସର ବିଜେନ୍ଦର ସିଂହ ନିଜ ବିଜୟକୁ ନେଇ ଆଶ୍ୱସ୍ତ ଅଛନ୍ତି ସେ ବୁଧବାର ନିଜ ଜିତର ଘୋଷଣା କରିଦେଇଥିଲେ ।

Comments are closed.