ଦିଲ୍ଲୀ ବୁରାଡି ଘଟଣାରେ ଆସିଲା ନୂଆ ତଥ୍ୟ : “ବିଡି ବାଲା ବାବା”ଙ୍କ ସହ ସମ୍ପର୍କକୁ ନେଇ କମିଶନରଙ୍କୁ ଚିଠି । 

52

କନକ ବ୍ୟୁରୋ : ସାରା ଦେଶରେ ଦିଲ୍ଲୀର ବୁରାଡି ଘଟଣାକୁ ନେଇ ଚର୍ଚ୍ଚା ଥମିବାରେ ନାହିଁ । ଠିକ୍ ଏହି ସମୟରେ ସେଠାକାର ଏକ ଅଜଣା ବ୍ୟକ୍ତି ସ୍ଥାନୀୟ ପୋଲିସକୁ ଏକ ଚିଠି ଲେଖିଛି ଏହି ବ୍ୟକ୍ତି ଜଣକ ପୋଲିସ କମିଶନରଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ଏହି ଚିଠିରେ କୁହାଯାଇଛି ଯେ ଭାଟିଆ ପରିବାର ସହ କୈାଣସି ଏକ ତାନ୍ତ୍ରିକଙ୍କ ସମ୍ପର୍କରେ ଥିଲେ ଓ ଏଥିପାଇଁ ଏହିପରି କାଣ୍ଡ ଘଟିଥାଇ ପାରେ ବୋଲି ସେ ସନ୍ଦେହ କରୁଥିବା ପୋଲିସକୁ କହିଛନ୍ତି । ବର୍ତ୍ତମାନ ସମୟରେ ପୋଲିସକୁ ଏହି ଘଟଣା ସମ୍ପର୍କରେ କୈାଣସି ବାହାରର ବ୍ୟକ୍ତି କିମ୍ବା କୈାଣସି ତାନ୍ତ୍ରିକଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ । କିନ୍ତୁ ଏହି ଚିଠି ମିଳିଲାପରେ ବୁରାଡି ଘଟଣାରେ ନୂଆ ମୋଡ ଆସିଛି ।

ସୂଚନା ଅନୁସାରେ କମିଶନରଙ୍କୁ ମିଳିଥିବା ଚିଠିଟି ୩ ଜୁଲାଇରେ ଲେଖାଯାଇଛି । ଏହି ଚିଠି ଲେଖିଥିବା ବ୍ୟକ୍ତି ଜଣକ କହିଛନ୍ତି ଯେ, ଭାଟିଆ ପରିବାରର ୧୧ ଜଣଙ୍କ ମୃତ୍ୟୁ ପଛରେ ଧାର୍ମିକ ଅନ୍ଧବିଶ୍ୱାସ ରହିଛି । କେବଳ ଏଥିପାଇଁ ପରିବାରର ସମସ୍ତ ସଦସ୍ୟ ସମୂହ ଆତ୍ମହତ୍ୟା କରିଛନ୍ତି । ଏବଂ ସେ ଦାବିର ସହ କହିଛନ୍ତି ଭାଟିଆ ପରିବାରର ବିଡିବାଲା ବାବାଙ୍କ ସହ ସମ୍ପର୍କ ରହିଥିଲା ଓ ସେମାନେ ଏହି ବାବାଙ୍କ ଶରଣରେ ଥିବା ସହ ପ୍ରତ୍ୟେକ ସମୟରେ ଦେଖା କରୁଥିଲେ । ସେହି ବାବାଙ୍କ ପ୍ରକୃତ ନାମ ଚନ୍ଦ୍ରପ୍ରକାଶ ପାଠକ ଓ ସେ ଦିଲ୍ଲୀର କରାଳଠାରେ ରହିଥୁବା ସେ କହିଛନ୍ତି ।

ଏହି ତାନ୍ତ୍ରିକ ଜଣକ କରାଳଠାରେ ଦାଢିଆ ବାବା ଓ ବିଡିବାଲା ବାବା ଭାବରେ ବେଶ ପ୍ରସିଦ୍ଧ ଲାଭ କରିଛନ୍ତି । ସେହି ବାବା ନିଜକୁ ହନୁମାନଙ୍କ ଭକ୍ତ କହୁଥିବା ସହ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଝଡାପୁଙ୍ଖା କରିଥାଆନ୍ତି । ତେବେ ଚିଠିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଏହି ପରିବାରର ମୃତ୍ୟୁ ପଛରେ ବାବାଙ୍କର ହିଁ ହାତ ଥିବା ସେ ସନ୍ଦେହ କରୁଛନ୍ତି ।

ପରିବାରର ସଦସ୍ୟ ନିଜେ ମୃତ୍ୟୁର ସାମଗ୍ରୀ ଯୋଗାଡ କରିଥିଲେ

ବୁରାଡି ଘଟଣାର ଯାଞ୍ଚ ସମୟରେ ପୋଲିସକୁ ସିସିଟିଭି ଫୁଟେଜ୍କୁ ମଧ୍ୟ କିଛି ପ୍ରମାଣ ମିଳିଥିବା ଜଣାପଡିଛି । କିନ୍ତୁ ପୋଲିସ କହିଛି ଯେ ବର୍ତ୍ତମାନ ସମୟରେ ଯାହା କିଛି ପ୍ରମାଣ ମିଳିଛି ସେଥିରୁ ଜଣାପଡିଛି ଯେ, ପରିବାରର ସମସ୍ତ ସଦସ୍ୟ ସେମାନଙ୍କ ନିଜସ୍ୱ ଇଚ୍ଛାରେ ପ୍ରାାଣତ୍ୟାଗ କରିଛନ୍ତି ।

ପୋଲିସ ସେହି ଦୋକାନରେ ପହଞ୍ଚିଥିଲା ଯେଉଁଠାରୁ ପରିବାରର ସଦସ୍ୟମାନେ ମୃତ୍ୟୁପାଇଁ ସାମଗ୍ରୀ କିଣିଥିଲେ । ଏହି ଦୋକାନ ସେଠାକାର ସ୍ଥାନୀୟ ଅଞ୍ଚଳରେ ଥିବା ଜଣାପଡିଛି । କିନ୍ତୁ ଦୋକାନୀଙ୍କ କହିବା ଅନୁସାରେ ତାଙ୍କ ପରିବାରର ଗୋଟିଏ ଝିଅ ଏହି ଘଟଣା ଘଟିବାର ୧୦ ଦିନ ପୂର୍ବରୁ ୨ ଟି ଓଢଣି କିଣିଥିଲା । କ୍ରାଇମ୍ବ୍ରାଞ୍ଚ ଏହି ଘଟଣାର ତଦନ୍ତ କରିବା ସହ କେଉଁ ଦୋକାନରୁ ଏହି ଓଢଣି କିଣିଯାଇଥିଲା ତାହାକୁ ମଧ୍ୟ ଚିହ୍ନଟ କରାଯାଇ ସାରିଛି । ତେବେ ଦୋକାନ ମାଲିକଙ୍କ କହିବା ଅନୁସାରେ ପରିବାରର  ଝିଅ (ସିନୁ)ଜୁନ୍ ୩୦ ତାରିଖରେ ସନ୍ଧ୍ୟା ସାଢେ ୭ ଟା ବେଳେ ଦୋକାନ ଆସିଥିବା ନେଇ କ୍ରାଇମ୍ବ୍ରାଞ୍ଚକୁ ସୂଚନା ଦେଇଛନ୍ତି ।

ଏହାସହ ସେ କହିଛନ୍ତି ଯେ, ଝିଅଟିର ମୋଟ ୮୦୦ ଟଙ୍କା ହୋଇଥିଲା ତେବେ ସେ ୫୦୦ ଟଙ୍କା ଦେଇ ଆଉ ୩୦୦ ଟଙ୍କା କାଲି ଦେବ ବୋଲି କହିଥିଲା । କିନ୍ତୁ ସେହି ରାତିରେ ପୁରା ପରିବାରର ହିଁ ମୃତ୍ୟୁ ହୋଇଥିଲା । ଏହି ଘଟଣା ସିସିଟିଭି ରେ ମଧ୍ୟ ରେକର୍ଡ ହୋଇଛି । ତେବେ ଫୁଟେଜକୁ ନେଇ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଚଳାଇଛି ।