ଅବସରକାଳୀନ ଅଭିଭାଷଣ ରଖିଲେ ପ୍ରଧାନ ବିଚାରପତି ଦୀପକ ମିଶ୍ର ! ଆସନ୍ତାକାଲି ନେବେ ଅବସର, ଦାୟିତ୍ୱ ନେବେ ରଂଜନ ଗୋଗୋଇ ।

28

କନକ ବ୍ୟୁରୋ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଆଜି ଥିଲା ଶେଷ କାର୍ଯ୍ୟ ଦିବସ । ସେ ଆସନ୍ତାକାଲି ନିଜ ପଦରୁ ଅବସର ନେବେ । ଏହା ପୂର୍ବରୁ ସେ ଅବସରକାଳୀନ ଅଭିଭାଷଣ ରଖିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ଭାରତୀୟ ଆଇନ ବ୍ୟବସ୍ଥା ସାରା ବିଶ୍ୱରେ ସବୁଠୁ ଦୃଢ ଆଇନ ବ୍ୟବସ୍ଥା । ଇତିହାସ କେବେ କେବେ ଦୟାଳୁ ତ ଆଉ କେବେ ଦୟାହୀନ ଥାଏ । ଏବଂ ସେ ଲୋକଙ୍କୁ ତାଙ୍କ ଇତିହାସରୁ ନୁହେଁ ବରଂ ତାଙ୍କ କାର୍ଯ୍ୟକଳାପରୁ ଜଜ୍ କରନ୍ତି ବୋଲି କହିଛନ୍ତି । ଆଜି ଶେଷ ଦିନ ପାଇଁ ସୁପ୍ରିମକୋର୍ଟରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ପ୍ରଧାନ ବିଚାରପତି ଦୀପକ ମିଶ୍ର ।

ତେବେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କାର୍ଯ୍ୟକାଳର ଶେଷ କିଛି ଦିନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଶୁଣାଇଛନ୍ତି । ବିଶେଷ କରି ଆଧାର ମାମଲା, ଅଯୋଧ୍ୟା ମାମଲା, ପଦୋନ୍ନତିରେ ସଂରକ୍ଷଣ, ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ, ବ୍ୟଭିଚାର, ଶୁଣାଣି ସମୟର ରେକର୍ଡିଂ, ସମଲିଙ୍ଗୀ ସମ୍ପର୍କ ଏବଂ ଅପରାଧ ନୁହେଁ ପରକୀୟା ପ୍ରିତି, ଏଭଳି ଗୁରୁତ୍ୱପୂର୍ଣ୍ଣ ମାମଲାରେ ନିଜ ରାୟ ଶୁଣାଇଥିଲେ ପ୍ରଧାନ ବିଚାରପତି ଦୀପକ ମିଶ୍ର । ତେବେ ଆଜି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କର ଶେଷ କାର୍ଯ୍ୟ ଦିବସ ଥିଲା । ଆସନ୍ତାକାଲି ସେ ଅବସର ନେବେ । ତେବେ ତାଙ୍କ ସ୍ଥାନରେ ନୂଆ କରି ଦାୟିତ୍ୱ ନେବେ ଜଷ୍ଟିସ ରଂଜନ ଗୋଗୋଇ ।