ଦାମ ସୃଷ୍ଟି କରିଛନ୍ତି ଗୁଣ୍ଡା ! ଦେବାଶିଷ ସାମନ୍ତରାୟ

76

କଟକ ବ୍ୟୁରୋ, କନକ ନ୍ୟୁଜ୍ : ମନ୍ତ୍ରୀ ଦମୋଦର ରାଉତଙ୍କ ସଭାରେ ଅଣ୍ଡାମାଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଦାମଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦି ଦେବାଶିଷ ସାମନ୍ତରାୟ । ଅଣ୍ଡାମାଡ ଘଟଣା ପାଇଁ ଦାମ ନିଜେ ଦାୟୀ ବୋଲି କହିଛନ୍ତି କହିଛନ୍ତି ଦେବାଶିଷ । କୁଜଙ୍ଗ ସଭାରେ ଅଣ୍ଡାମାଡ ଘଟଣାରୁ ସ୍ପଷ୍ଟ ଯେ, ଦାମଙ୍କର ଲୋକପ୍ରିୟତା କମିଛି। ଏହାସହ ମନ୍ତ୍ରୀ ଦମୋଦର ରାଉତ ଗୁଣ୍ଡା ତିଆରି କରିଛନ୍ତି । ବାପି ସର୍ଖେଲଙ୍କ ଠାରୁ ଆରମ୍ଭ କରି ରାକା ଯାଏଁ ସମସ୍ତଙ୍କୁ ଦାମ ଗଢିଛନ୍ତି ବୋଲି କହିଛନ୍ତି ଦେବାଶିଷ୍।

ଗତକାଲି କୁଜଙ୍ଗ ମଂଚରେ ମନ୍ତ୍ରୀଙ୍କ ସଭା ଉପରକୁ ଅଣ୍ଡାମାଡ ହୋଇଥିଲା । ପାରାଦୀପରେ ବିଜେଡିର ଏହି ବରିଷ୍ଠ ନେତା ମହାନଦୀ ବଂଚାଅ ସମାବେଶରେ ହୋଇଥିଲା ଅଣ୍ଡାମାଡ । ମଂଚରେ ଦାମବାବୁ ଭାଷଣ ଦେଉଥିବା ବେଳେ ତଳୁ ହୋଇଥିଲା ଅଣ୍ଡାମାଡ ।