ଆଜି ପୁରୀ ଦ୍ୱାଦଶ ଦେବଦାସୀ ଅନ୍ତରାଷ୍ଟ୍ରିୟ ନୃତ୍ୟ ସମାରୋହର ଦ୍ୱିତୀୟ ସଂଧ୍ୟା ! ମହାରୀ ନୃତ୍ୟରୁ ଆରମ୍ଭ ହେଲା ମହୋତ୍ସବ

158

କନକ ବ୍ୟୁରୋ : ଅନ୍ୟ ବର୍ଷ ଭଳି ଏ ବର୍ଷ ବି ପୁରୀରେ ଆରମ୍ଭ ହୋଇଛି ଦ୍ୱାଦଶ ଦେବଦାସୀ ଅନ୍ତରାଷ୍ଟ୍ରିୟ ନୃତ୍ୟ ସମାରୋହ । ଦେବଦାସୀ ନୃତ୍ୟ ପରମ୍ପରାକୁ ଉଜ୍ଜିବିତ୍ କରିବା ପାଇଁ କରାଯାଉଥିବା ମହୋତ୍ସବରେ ଦେଶ ତଥା ଦେଶ ବାହାରର ନୃତ୍ୟଶିଳ୍ପୀ ସାମିଲ ହୋଇଛନ୍ତି । ଆଜି ମହୋତ୍ସବର ଦ୍ୱିତୀୟ ସଂଧ୍ୟା ହୋଇଥିବା ବେଳେ ପ୍ରଥମ ସଂଧ୍ୟା ମାହାରୀ ନୃତ୍ୟରୁ ଆରମ୍ଭ ହୋଇଥିଲା ।

ସୂଚନା ମୁତାବକ, ପୁରୀ ଜମୁଛି ଦ୍ୱାଦଶ ଦେବଦାସୀ ଅନ୍ତରାଷ୍ଟ୍ରିୟ ନୃତ୍ୟ ସମାରୋହ । ପୌରସଦନରେ ଦେବଦାସୀ ମନ୍ଦିର ପକ୍ଷରୁ ଆୟୋଜିତ ନୃତ୍ୟ ମହୋତ୍ସବରେ ଦେଶ ତଥା ଦେଶ ବାହାରର ବହୁ ନୃତ୍ୟଶିଳ୍ପୀ ସାମିଲ ହୋଇଛନ୍ତି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ସମାରୋହ ତିନି ଦିନ ଧରି ଚାଲିବ । ପ୍ରଥମ ସଂଧ୍ୟା ନୃତ୍ୟଶିଳ୍ପୀଙ୍କ ମାହାରୀ ନୃତ୍ୟରୁ ଆରମ୍ଭ ହୋଇଥିଲା ।

ଏହା ପରେ ପରେ ଓଡିଶୀ, ଭାରତ ନାଟ୍ୟମ, କୁଚିପୁଡି, ମଣିପୁରୀ, ମୋହିନାଅଟ୍, ସାସ୍ତ୍ରୀୟ ନୃତ୍ୟରେ ପୌରସଦନ କମ୍ପି ଉଠିଥିଲା । ଶ୍ରୀକ୍ଷେତ୍ରରେ ନୃତ୍ୟ ପରିବେଷଣ କରିବା ଭାଗ୍ୟରେ ଥିଲେ ମିଳେ ବୋଲି କହିଥିଲେ ନୃତ୍ୟ ଶିଳ୍ପୀ । ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପରେ ଦ୍ୱାଦଶ ଦେବଦାସୀ ଅନ୍ତରାଷ୍ଟ୍ରିୟ ନୃତ୍ୟ ମହୋତ୍ସବର ଉଦଘାଟନୀ ସଂଧ୍ୟା ଆରମ୍ଭ ହୋଇଥିଲା । ଶ୍ରୀମନ୍ଦିରରେ ଦେବଦାସୀ ନୃତ୍ୟ ପରମ୍ପରାକୁ ଉଜ୍ଜିବିତ୍ ରଖିବା ଓ ଏହାର ପ୍ରଚାର ପ୍ରସାର କରିବା ମୂଳଲକ୍ଷ୍ୟ ବୋଲି କହିଛନ୍ତି ଆୟୋଜକ ।