ହଜାର ହଜାର ଲୋକଙ୍କ ସାମ୍ନାରେ SP ଝିଅକୁ ସଲାମ କଲେ DCP ବାପା । ଲୋକେ ହୋଇଗଲେ ତାଜୁବ

89

ପ୍ରତି ବାପା ଓ ମା’ଙ୍କର ସ୍ୱପ୍ନ ଥାଏ କି ସେମାନଙ୍କ ସନ୍ତାନ ଏମିତି କାମ କରୁ ଯାହା ପାଇଁ ସେମାନେ ଗର୍ବ ଅନୁଭବ କରିବେ । ଜଣେ ବାପାଙ୍କ ପାଇଁ ଖୁସିର ମୂହୂର୍ତ୍ତ ସେତେବେଳେ ଆସିଥାଏ ଯେତେବେଳେ ସନ୍ତାନ ମଧ୍ୟ ତାଙ୍କ ଠାରୁ ଅଧିକ ସଫଳତା ଲାଭ କରିଥାନ୍ତି । ଆଉ ସେହି ସମୟରେ ନିଜ ସନ୍ତାନ ପାଇଁ ବାପାମାନଙ୍କ ଛାତି ଗର୍ବରେ କୁଣ୍ଢେମୋଟ ହୋଇ ଯାଇଥାଏ । ସେହିଭଳି କିଛି କରି ଦେଖାଇଛନ୍ତି ତେଲେଙ୍ଗାନାର ଜଣେ ଝିଅ । ରବିବାର ଟିଆରଏସ ପକ୍ଷରୁ ଆୟୋଜିତ ହୋଇଥିବା ରାଲିରେ ଅନେକ ପୋଲିସ ଅଫିସର ଉପସ୍ଥିତ ଥିଲେ । ଡିସିପି ଉମାମହେଶ୍ୱରା ଶର୍ମା ମଧ୍ୟ ଏଠାରେ ଉପସ୍ଥିତ ଥିଲେ । ତେବେ ରାଲି ସମୟରେ ଏଭଳି ଏକ ମୁହୂର୍ତ୍ତ ସାମ୍ନାକୁ ଆସିଥିଲା ଯାହା ପାଇଁ ଗର୍ବରେ ଉମାମହେଶ୍ୱରୀଙ୍କ ଛାତି ଗର୍ବରେ ଫୁଲି ଉଠିଥିଲା । ଏହି ରାଲିରେ ଉମାମହେଶ୍ୱରାଙ୍କ ଆଇପିଏସ ଝିଅ ସିନ୍ଧୁ ଶର୍ମା ମଧ୍ୟ ଉପସ୍ଥିତ ଥିଲେ । ଆଉ ଯେତେବେଳେ ସଭାସ୍ଥଳରେ ଉଭୟ ପରସ୍ପରର ସାମ୍ନାସାମ୍ନି ହେଲେ ସେତେବେଳେ ବାପା ତଥା ଡିସିପି ଉମାମହେଶ୍ୱରା ଝିଅ ସିନ୍ଧୁଙ୍କୁ ସାଲ୍ୟୁଟ ମାରିବାକୁ ମଧ୍ୟ ପଛାଇ ନଥିଲେ । ଯାହା ସେଠାରେ ଥିବା ସମସ୍ତ ଲୋକଙ୍କୁ ଆଶ୍ଚଯ୍ୟ କରିଥିଲା ।

ହାଇଦ୍ରାବାଦରେ ଡିଏସପି ଉମାମେହଶ୍ୱରା ଶର୍ମା ଆଗାମୀ ବର୍ଷ ଅବସର ନେବେ। ସେ ପାଖାପାଖି ୩୦ବର୍ଷ ହେବ ପୁଲିସ ବିଭାଗରେ କାମ କରି ଆସୁଛନ୍ତି। ସେହିପରି ତାଙ୍କ ଝିଅ ସିନ୍ଧୁ ଶର୍ମା ଚାରିବର୍ଷ ପୂର୍ବରୁ ପୁଲିସ ବିଭାଗରେ ଚାକିରି କରୁଛନ୍ତି। ଝିଅ ଭାରତୀୟ ପୁଲିସ ସେବା (ଆଇପିଏସ୍)ର ୨୦୧୪ ବ୍ୟାଚର ଅଧିକାରୀ। ରବିବାର ପିତା ଓ ଝିଅଙ୍କର ଯେତେବେଳେ ସାମ୍ନାସାମ୍ନି ହୋଇଥିଲା ସେତେବେଳେ ଏ.ଆର ଉମାମହେଶ୍ୱରା ଶର୍ମା ଗର୍ବ ସହକାରେ ବରିଷ୍ଠ ଅଧିକାରୀ ଥିବା ନିଜ ଝିଅ ସିନ୍ଧୁ ଶର୍ମାଙ୍କୁ ସ୍ୟାଲୁଟ ମାରିଥିଲେ।

ସିନ୍ଧୁ ବର୍ତ୍ତମାନ ତେଲେଙ୍ଗାନାର ଜଗତିୟାଲ ଜିଲ୍ଲାରେ ପୁଲିସ ଅଧୀକ୍ଷକ ଅଛନ୍ତି। ଉମାମହେଶ୍ୱରା ଶର୍ମାଙ୍କ କହିବାନୁସାରେ, ପ୍ରଥମ ଥର ଡ୍ୟୁଟି କରିବା ସମୟରେ ଝିଅ ଓ ମୁଁ ସାମ୍ନାସାମ୍ନି ହୋଇଥିଲୁ। ମୁଁ ଭାଗ୍ୟଶାଳୀ କି ଝିଅ ସହିତ କାମ କରିବାର ମଉକା ମିଳିଛି। ମୋ ଝିଅ ମୋର ବରିଷ୍ଠ ଅଧିକାରୀ। ମୁଁ ଝିଅକୁ ଯେତେବେଳେ ଦେଖେ ସଲାମ୍ କରିଥାଏ। ଏପରି କରିବା ଦ୍ୱାରା ମୋତେ ଅଦ୍ଭୁତ ଖୁସି ମିଳିଥାଏ। କର୍ମ କ୍ଷେତ୍ରରେ ଆମେ ନିଜନିଜ ଡ୍ୟୁଟି କରିଥାଉ କିନ୍ତୁ ଘରେ ଆମେ ସାଧାରଣ ବାପ-ଝିଅ ଭଳି ଚଳି ଥାଉ।