କନକ ବ୍ୟୁରୋ : ସ୍ମାର୍ଟସିଟିରେ ଉପାନ୍ତ ଅଂଚଳର ଭ୍ରମ ସୃଷ୍ଟି କରୁଛି ପଟିଆ ନନ୍ଦନ ବିହାରର ରାସ୍ତା । ରାସ୍ତା ସାରା ଖାଲକଣାରେ ଭର୍ତି । କେତେବେଳେ କିଛି ବି ଅଘଟଣ ଘଟିବାର ଆଶଙ୍କା ରହିଛି । ସ୍ଥାନିୟ ବାସିନ୍ଦା ଅଭିଯୋଗ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସ୍ଥିତି ଯାହାକୁ ସେୟା । ଦୁଃଖ ଶୁଣିବାକୁ କେହି ନାହାନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ରାସ୍ତାର ଚିତ୍ର ଏଭଳି ଯେ, ଆପଣ ଭାବିବେ କୌଣସି ଉପାନ୍ତ ଅଂଚଳର ଏହା ହେଉଛି ଏକ ଗାଁ । କାରଣ ରାସ୍ତା ସାରା ଖାଲଖମା ଏବଂ ପଚ ପଚ କାଦୁଅ । ଚାଲି ଚାଲି ଯିବା ବି ମୁସ୍କିଲ, ବାଇକ ସ୍କୁଟିରେ ଯିବା ବି ସହଜ ନୁହେଁ । ଗାଡି ଖସିଯାଇ ଆପଣ ବି ପଡିଯିବାର ଆଶଙ୍କା ରହିଛି । ଟିକିଏ ବର୍ଷା ହେଲେ ଅବସ୍ଥା ଖରାପ ହୋଇଯାଏ । ଏବଂ ବାଇକ କିମ୍ବା ସାଇକେଲରୁ କେତେବେଳେ ଖସିପଡିବେ ତାହା କହିହେବ ନାହିଁ ।
ଆମେ ଆପଣଙ୍କୁ ଯେଉଁ ରାସ୍ତା ବିଷୟରେ କହୁଛୁ ତାହା ହେଉଛି ଏକ ନମ୍ବର ସ୍ମାର୍ଟ ସିଟି ଭୁବନେଶ୍ୱର ନନ୍ଦନ ବିହାରର । ଏହି ଅଂଚଳରେ ବସବାସ କରୁଥିବା ପ୍ରାୟ ୧୦ ହଜାର ଲୋକଙ୍କ ପାଇଁ ସବୁଠାରୁ ଯନ୍ତ୍ରଣାଦାୟକ ହେଉଛି ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗିରହିଥିଲେ ବି ସେମାନଙ୍କ କଥା ଶୁଣିବାପାଇଁ କାହାରି ପାଖରେ ବେଳ ନାହିଁ । ଅନେକ ସମୟରେ ରାସ୍ତାରେ ଯିବାକୁ ହେଲେ ଗାଇ, ମଇଁଷ ିସହ ଭାଗ ବାଂଟିବାକୁ ପଡିବ ।
ବର୍ଷ ବର୍ଷ ଧରି ଏଭଳି ଅବସ୍ଥା ଦେଇ ଗତି କରିବା ପରେ ଆଜି ନନ୍ଦନବିହାରବାସୀ ରାସ୍ତା ଉପରକୁ ଓହ୍ଲାଇ ଆସିଥିଲେ । ନୀରବ ପ୍ରତିବାଦ କରି ସେମାନଙ୍କର ପ୍ରତିଦିନର କଷ୍ଟକୁ ସରକାରଙ୍କୁ ଜଣାଇବାକୁ ପ୍ରୟାସ କରିଥିଲେ । ହ୍ୟୁମାନ ଚେନ କରି ବାର୍ତା ଦେବାକୁ ଚାହୁଁଥିଲେ ଯେ ସେମାନଙ୍କ ସମସ୍ୟାକୁ ଅଣଦେଖା କରାନଯାଉ ।