ପାଠ ପଢୁଛନ୍ତି ପାହାଡୀ ଝିଅ ! ପ୍ରଥମଥର ପାଇଁ ମାଟ୍ରିକ ପାଶ୍ କଲେ ଡଙ୍ଗରିଆ ଛାତ୍ରୀ

30

କନକ ବ୍ୟୁରୋ : ବିକାଶ ଯାହାଙ୍କ ପାଇଁ ସପନ । ସେମାନଙ୍କୁ ମୁହଁରେ ଏବେ ଆସିଛି ହସ । ନିୟମଗିରି ଅଂଚଳର ୯ ଜଣ ଡଙ୍ଗରିଆ ଛାତ୍ରୀ ମାଟ୍ରିକ ପରୀକ୍ଷାରେ ସଫଳ ହୋଇଛନ୍ତି । ସରକାରଙ୍କ ଏଜୁକେସନ କଂପ୍ଲେକ୍ସ ଯୋଜନାରେ ସଫଳତା ମିଳିଛି । ପ୍ରଥମ ଉଦ୍ୟମରେ ରାୟଗଡା ଜିଲ୍ଲା କାନସୁରର ଏହି ଛାତ୍ରୀମାନେ ସଫଳତା ଆଣି ଅନ୍ୟ ପିଲାଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି । ସଫଳତା ପାଇଥିବା ଏହି ଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରିଛି । ଏହି ଅବସରରେ ଏହି ପିଲାମାନେ ସେମାନଙ୍କ ଗାଁ ଓ ସମାଜର ପରିବର୍ତନ ଦୂତ ହେବେ କହିଛନ୍ତି ରାୟଗଡା ଜିଲ୍ଲାପାଳ ।

ମୁଖ୍ୟ ସ୍ରୋତଠାରୁ ବହୁ ଦୂରରେ ବଣଜଙ୍ଗଲ ଭିତରେ ରହୁଥିବା ଡଙ୍ଗରିଆଙ୍କ ଭିତରେ ଶିକ୍ଷା ପ୍ରବେଶ କରିବା ପାଇଁ ସରକାର କରିଥିବା ଉଦ୍ୟମ ଫଳବତୀ ହେଉଛି । ପିଲାଙ୍କ ସଫଳତା ପାଇଁ ଆକ୍ଲାନ୍ତ ପରିଶ୍ରମ କରିଥିବା ଶିକ୍ଷା ନିକେତନର କର୍ମକର୍ତା ବେଶ୍ ଆନନ୍ଦିତ । ସେପଟେ ଏହି ପିଲାମାନେ ହିଁ ତାଙ୍କ ଗାଁ ଓ ସମାଜରେ ପରିବର୍ତନ ଆଣିବାର ଧାରା ସୃଷ୍ଟି କରିପାରିବେ ବୋଲି ଆଶା ରଖିଛି ଜିଲ୍ଲା ପ୍ରଶାସନ ।