ଦାମଙ୍କ ଧମକ ! କହିଲେ,ଧର୍ମେନ୍ଦ୍ର ନିଯୁକ୍ତି କାର୍ଯ୍ୟ ନିଜ ହାତକୁ ନେଲେ ବନ୍ଦ କରିଦେବି ଆଇଓସିଏଲ

28

କନକ ବ୍ୟୁରୋ : ଆଇଓସିଏଲ ନିଯୁକ୍ତି ପ୍ରସଙ୍ଗରେ ପାରଦୀପ ବିଧାୟକ ତଥା ମନ୍ତ୍ରୀ ଦାମୋଦର ରାଉତଙ୍କ କଡା ଚେତାବନୀ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଟାର୍ଗେଟ କରିଛନ୍ତି ଦାମ । କହିଛନ୍ତି ଆଇଓସିଏଲ ନିଯୁକ୍ତି ପ୍ରକ୍ରିୟା ଯଦି ଧର୍ମେନ୍ଦ୍ର ହାତକୁ ଯାଏ ତେବେ ଦାମ ଆଇଓସିଏଲକୁ ବନ୍ଦ କରିଦେବେ । କେନ୍ଦ୍ରମନ୍ତ୍ରୀଙ୍କ ଇଂଗୀତରେ ନୁହେଁ ବରଂ ଶିଳ୍ପ ନୀତି ଆଧାରରେ ଚାକିରି ଦିଆଯାଉ ବୋଲି ଦାବି କରିଛନ୍ତି ଦମୋଦର ରାଉତ ।