ମି-ଠୁ କ୍ୟାମ୍ପେନକୁ ନେଇ ଭୟରେ ଅଭିନେତା ଦିଲିପ୍ ତାହିଲ ! ରେପ ସିନର ସୁଟିଙ୍ଗ ପୂର୍ବରୁ ଅଭିନେତ୍ରୀଙ୍କ ସହମତିର ଭିଡିଓ ରେକର୍ଡ କରି କଲେ ଶେୟାର ।

45

ମି ଠୁ କ୍ୟାମ୍ପେନକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ବଲିଉଡଠୁ ଆରମ୍ଭ କରି ଓଲିଉଡ ଯାଏ, ଏପରିକି ରାଜନୀତି କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ମି ଠୁ କ୍ୟାମ୍ପେନ ଜରିଆରେ ବର୍ଷ ବର୍ଷ ତଳର ପୁରୁଣା ସେକ୍ସୁଆଲ ହାରାସମେଣ୍ଟ ଉପରୁ ଧିରେ ଧିରେ ପରଦା ହଟିବାରେ ଲାଗିଛି । ବିଭିନ୍ନ ଅଭିନେତାଙ୍କ ଠାରୁ ଆରମ୍ଭ କରି ବଲିଉଡର ଆଗ ଧାଡିର କଳାକାରଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଦେଖିବାକୁ ମିଳିଛି । ଏପରିକି ଏଥିରୁ ବାଦ୍ ପଡି ନାହାନ୍ତି କେନ୍ଦ୍ର ମନ୍ତ୍ରୀ । ମି ଠୁ ର ଅଭିଯାନ ଜରିଆରେ କେନ୍ଦ୍ର ମନ୍ତ୍ରୀ ଏମ. ଜେ ଆକବରଙ୍କ ନାଁରେ ବି ଆସିଥିଲା ଯୌନ ଶୋଷଣର ଅଭିଯୋଗ । କେବଳ ସେତିକି ନୁହେଁ ଏଥିପାଇଁ ତାଙ୍କୁ ଆଜି ଇସ୍ତଫା ଦେବାକୁ ପଡିଛି, ତେବେ ଆଜି ଆମେ ଆପଣଙ୍କୁ ଏହାର ସାଇଡ ଇଫେକ୍ଟ ବାବଦରେ କହିବୁ, ଯାହାକୁ ଆପଣ ଡର କହିପାରନ୍ତି କିମ୍ବା ସାବଧାନତା ।

‘ହଷ୍ଟେଜ’ ନାମରେ ଏକ ୱେବ ସିରିଜ ସୁଟିଙ୍ଗ ହେବାର ଥିଲା । ନିର୍ଦ୍ଦେଶିତ ସୁଧିର ମିଶ୍ରଙ୍କ ଏହି ସିରିଜେରେ ଏକ ରେପ ସିନ୍ ମଧ୍ୟ ରହିଥିଲା । ଅଭିନେତା ଦିଲିପ୍ ତାହିଲଙ୍କୁ ତାହା କରିବାର ଥିଲା । ଯାହାକୁ ଶୁଣି ପ୍ରଥମେ ଅଭିନୟ କରିବାକୁ ମନା କରିଥିଲେ ଦିଲିପ୍ । କିନ୍ତୁ ମି ଠୁ ର ଭୟ ହେଉ ଅବା ନିଜ ସାବଧାନତା, ରେପ୍ ସିନରେ ଅଭିନୟ କରିବା ପୂର୍ବରୁ ଭିଡିଓ ରେର୍କଡ କଲେ ଦିଲ୍ଲୀପ । ଅଭିନୟ କରିବା ପୂର୍ବରୁ ସେ ଅଭିନେତ୍ରୀଙ୍କ ବୟାନକୁ ରେକର୍ଡ କରି ପୁରା ଟିମ୍ କୁ ଜଣାଇଥିଲେ । ଏଥିରେ ଦିଲିପଙ୍କ ବିପକ୍ଷରେ ଅଭିନେତ୍ରୀ ଥିଲେ ନେହା । ସୁଟିଙ୍ଗ ପୂର୍ବରୁ ସେ ନେହାଙ୍କ ସହମତି ନେଇ ଏହି ଭିଡିଓ ରେକର୍ଡ କରିଥିଲେ ।

ଅନ୍ୟପଟେ ସୁଟିଙ୍ଗ ଶେଷ ହେବା ପରେ ଦିଲ୍ଲିପ ଓ ନେହା ଆଉ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ଉଭୟଙ୍କ ସହମତିରେ ସୁଟିଙ୍ଗ ହୋଇଛି, ଏବଂ ସୁଟିଙ୍ଗ ସମୟରେ ସେଭଳି କିଛି ଆପତ୍ତିଜନକ ହୋଇନାହିଁ ବୋଲି ଉଭୟେ କହିଛନ୍ତି ।

ମି ଠୁ ଅଭିଯାନ ରେ ଗତ କିଛି ଦିନ ଭିତରେ ଅନେକଙ୍କର ନାଁ ସାମ୍ନାକୁ ଆସିଛି । ଏଥିରେ ସାଜିଦ ଖାନ, ନାନା ପାଟେକର, ରଜତ କପୁର, କୈଳାଶ ଖେରଙ୍କ ଭଳି ବଡ ବଡ କଳାକାରଙ୍କ ଉପରେ ଯୌନ ନିର୍ଯ୍ୟାତନାର ଅଭିଯୋଗ ଲଗାଯାଇଛି । ଏ ପରିପେକ୍ଷୀରେ ଦିଲୀପ ତାହିଲଙ୍କ ଏହି ପଦକ୍ଷେପ ବଲିଉଡରେ ଆଗାମୀ ଦିନରେ ନୂଆ ପରମ୍ପରା ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।