କଟକରେ ୧୨ ଘଂଟିଆ ବନ୍ଦ ପାଳନ : ସରକାରଙ୍କ ବୈମାତୃକ ବ୍ୟବହାର ବିରୋଧରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ

38

କଟକ ବ୍ୟୁରୋ , କନକ ନ୍ୟୁଜ୍ : କଟକ ସହର ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ରହିଥିବା ଅଭିଯୋଗ କରିଛି ନଗର କଂଗ୍ରେସ। ଏନେଇ କଟକରେ ୧୨ ଘଂଟିଆ ବନ୍ଦ ଡାକରା ଦେଇଛି ଦଳ। ୧୨ ଦଫା ଦାବି ରହିଥିବା କହିଛନ୍ତି କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ। କଟକ ମହାନଗର ନିଗମ ଏବେ ଦୁର୍ନୀତିର ଗନ୍ତାଘର ସାଜିଛି ,ତେଣୁ ଏହାର ପ୍ରତିବାଦ କରୁଛି କଂଗ୍ରେସ। ଏହାସହ ପରିମଳ ବ୍ୟବସ୍ଥା ଭୁଷୁଡି ପଡିଥିବା ବେଳେ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛନ୍ତି ଦଳର ନେତା। ସିଏମସି କମିଶନରଙ୍କ ଅପସାରଣ ଏବଂ ତାଙ୍କ ସ୍ଥାନରେ ଜଣେ ଆଇଏଏସଙ୍କ ନିଯୁକ୍ତି ଦାବି କରିଛି କଂଗ୍ରେସ। ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଆଜି ସକାଳୁ ଦୋକାନ ବଜାର ଓ ଗାଡି ଚଳାଚଳ ସବୁ ବନ୍ଦ ରହିଛି।