କଟକ : ବିଦ୍ୟୁତ ଯୋଗାଣ ଦାବିରେ ରାସ୍ତା ଅବରୋଧ କରି ପାଠପଢିଲେ ଛାତ୍ରଛାତ୍ରୀ

44

କନକ ବ୍ୟୁରୋ : ରାସ୍ତାରେ ପାଠପଢା ଓ ରୋଷେଇ । ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଟକ ବାଲିକୁଦାର । ୫ ନମ୍ବର ଜାତୀୟ ରାଜପଥ ଉପରେ ପାଠପଢୁଛନ୍ତି ଛାତ୍ରଛାତ୍ରୀ । ବଙ୍ଗଳା ପଡିଆ ଅଂଚଳରେ ବିଦ୍ୟୁତ ଯୋଗାଣ ଦାବିରେ ଏଭଳି ଅଭିନବ ପ୍ରତିବାଦ କରାଯାଇଛି । ଷ୍ଟୋଭ୍ ଲଗାଇ ରୋଷେଇ ବି କରାଯାଉଛି । ରାସ୍ତା ଅବରୋଧ କରି ପାଠପଢୁଛି ଛାତ୍ରଛାତ୍ରୀ । ଷ୍ଟୋଭ ଲଗାଇ ହାଣ୍ଡି କଡେଇ ରଖି ରୋଷେଇ କରୁଛନ୍ତି ମହିଳା । କିଛି ଦିନ ତଳେ ଏହି ଗାଁର ଜଣେ ଛାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଗାଁରେ ବିଜୁଳି ପାଇଁ ଅନୁରୋଧ କରିଥିଲେ ।