ଏସସିବି ନର୍ସିଂ ଛାତ୍ରୀଙ୍କୁ ଦୁର୍ବ୍ୟବହାର ମାମଲା : ନର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

26

କଟକ ବ୍ୟୁରୋ,କନକ ନ୍ୟୁଜ୍: କଟକ ବଡ ମେଡିକାଲରେ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଜାରି ରହିଛି । ଅଧୀକ୍ଷକଙ୍କ ଅଫିସ ଆଗରେ ଛାତ୍ରୀମାନେ ଧାରଣା ଦେଇଛନ୍ତି । ନର୍ସିଂ କଲେଜର ଅଧ୍ୟକ୍ଷା କାଜଲ ରାଣୀ ସିହ୍ନାଙ୍କ ବହିଷ୍କାର ଓ ବଦଳି ଦାବିରେ ଛାତ୍ରୀମାନେ ଧାରଣା ଦେଇଛନ୍ତି । ଗତ ୭ ତାରିଖ ଦିନ କାର୍ଯ୍ୟରେ ଥିବା ଜଣେ ନର୍ସିଂ ଛାତ୍ରୀଙ୍କୁ ଚୁଟି ଟାଣି ମାରିବା ପରେ ନର୍ସିଂ କଲେଜର ଅଧ୍ୟକ୍ଷା ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ନର୍ସିଂ ଛାତ୍ରୀମାନେ ଏକଜୁଟ ହୋଇ ଅଧ୍ୟକ୍ଷା କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । ହେଲେ ଏହାକୁ ନେଇ କୈାଣସି ପଦକ୍ଷେପ ନିଆନଯିବାରୁ ସବୁ ନର୍ସିଂ ଛାତ୍ରୀ ଏକଜୁଟ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନ  କରିଛନ୍ତି । ଛାତ୍ରୀମାନେ ମଙ୍ଗଳାବାଗ ଥାନାରେ ଏତଲା ମଧ୍ୟ ଦାୟର କରିଛନ୍ତି ।