ମଙ୍ଗୁଳି ନିର୍ଗୁଣ୍ଡି ଟୋଲଗେଟ୍ ନିକଟରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ବଙ୍ଗାଳି ବସ୍ତି

22

କନକ ବ୍ୟୁରୋ : କଟକ ଜିଲ୍ଲା ଟାଙ୍ଗୀ ମଙ୍ଗୁଳି ନିର୍ଗୁଣ୍ଡିଟୋଲଗେଟ ନିକଟ ବଙ୍ଗାଳି ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୩୫ରୁ ଅଧିକ ଘର ପୋଡି ପାଉଁଶ ହୋଇଯାଇଛି । ଗତରାତିରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ବସ୍ତିର ଜନୈକ ବ୍ୟକ୍ତିଙ୍କ ଘରେ ଡିବିରି ଫାଟି ନିଆଁ ଚାରିଆଡେ ବ୍ୟାପିଥିଲା । ନିଆଁକୁ ଆୟତ କରିବାକୁ କଟକ ଓ ଚୌଦ୍ୱାରରୁ ୫ଟି ଦମକଳକୁ ନାକେଦମ ହେବାକୁ ପଡିଥିଲ । ୩୫ରୁ ଅଧିକ ଘର ଜଳିଯିବା ପରେ ବସ୍ତି ଲୋକେ ସର୍ବସ୍ୱାନ୍ତ ହୋଇପଡିଛନ୍ତି । ଖୋଲା ଆକାଶ ତଳେ ବିତୁଛି ବିପନ୍ନଙ୍କ ଜୀବନ ।