ବର୍ଷାରେ ବେହାଲ କଟକ ,ଚାରିଆଡେ କୁଢ଼ କୁଢ଼ ଅଳିଆ : ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ଡ଼େଙ୍ଗୁ ବ୍ୟାପୁଥିବା ଅଭିଯୋଗ

53

କନକ ବ୍ୟୁରୋ : ସାରା ରାଜ୍ୟରେ ମୈାସୁମୀ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି । ଏତିକି ବେଳେ କଟକରେ ଚାରିଆଡେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ଡ଼େଙ୍ଗୁ ବ୍ୟାପିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ମହାନଗର ନିଗମର ଅପାରଗତା ଯୋଗୁଁ ସହରରେ ଡ଼େଙ୍ଗୁ ବ୍ୟାପିଥିବା ଅଭିଯୋଗ ହୋଇଛି ।

ପରିମଳ ବ୍ୟବସ୍ଥା ପାଇଁ ପ୍ରତ୍ୟେକ ସମୟରେ ଜାଇକା ପ୍ରକଳ୍ପକୁ ନେଇ ରାଜନୀତି ସରଗରମ ରହୁଥିବା ବେଳେ ଏ ହେଉଛି ଏହାର ବାସ୍ତବ ଚିତ୍ର । ଏଭଳି ସ୍ଥିତିରେ ସହରରେ କାୟା ବିସ୍ତାର କଲାଣି ଡ଼େଙ୍ଗୁ ଜ୍ୱର । ସେପଟେ ସହରର ସଫେଇ ବ୍ୟବସ୍ଥା ଠିକ୍ ଥିବା କହିଛନ୍ତି ମହାନଗର ନିଗମ ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷ । ନିଜ ଦୋଷ ଢାଙ୍କିବାକୁ ଯାଇ କହିଛନ୍ତି ଡ଼େଙ୍ଗୁ ବ୍ୟାପିବାର କାରଣ ଲେକଙ୍କ ମଧ୍ୟରେ ସଚେତନତା ଅଭାବ ।

ସିଏମସି ଅଧିକାରୀ ଡ଼େଙ୍ଗୁ ବ୍ୟାପିବାର କାରଣ ସଚେତନତାର ଅଭାବ ବୋଲି କହୁଥିବା ବେଳେ ଏଠାରେ ପ୍ରଶ୍ନ ଉଠୁଛି ଦୀର୍ଘ ଦିନ ହେଲା ସହରର ପରିମଳ ବ୍ୟବସ୍ଥା ସୁଧୁରୁନି କାହିଁକି । ସେପଟେ ଡ଼େଙ୍ଗୁ ଜ୍ୱର ନେଇ ପ୍ରତିକ୍ରିୟା ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ୩ ମାସ ଧରି ଚାଲିବ ଡ଼େଙ୍ଗୁ ସଚେତନତା କାର୍ଯ୍ୟକ୍ରମ । ସହରର ପ୍ରତ୍ୟେକ ଗଳିକନ୍ଦିରେ ପହଁଚିବ ଡ଼େଙ୍ଗୁ ସଚେତନତା ବାର୍ତ୍ତା । ସିଏମସିର ଖାମଖିଆଲି ମନୋଭାବ ଏବଂ ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ସହରବାସୀ ଡ଼େଙ୍ଗୁ ଭଳି ମାରାତ୍ମକ ରୋଗର ଶିକାର ହେଉଛନ୍ତି ।

ଦେଖନ୍ତୁ ଏହି ଭିଡ଼ିଓ –