କଟକରେ କାୟା ମେଲୁଛି କାମଳ ! ଆଜି ପ୍ରଭାବିତ ଅଂଚଳ ଯିବେ ବିଜେପି ପ୍ରତିନିଧି ଦଳ

24

କନକ ବ୍ୟୁରୋ : କଟକରେ କାୟା ବିସ୍ତାର କରୁଛି ଜଣ୍ଡିସ । ଏବେ ଏହା ବେକାବୁ ହେବାରେ ଲାଗିଛି । ମାତ୍ର ତିନି ଦିନ ଭିତରେ ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨ରେ ପହଁଚିଛି । ପରିସ୍ଥିତି ଜଟିଳ ହେଉଥିବାରୁ ପ୍ରଶାସନ ଘନ ଘନ ବୈଠକ କରୁଛି । ଆରଡିସିଙ୍କ ଅଧ୍ୟକ୍ଷତାରେ କଟକ ଜିଲ୍ଲାପାଳ, ସିଡିଏମଓ , ସିଏମସି କମିଶନର ଏବଂ ଜାଇକା ଅଧିକାରୀ ସମୀକ୍ଷା ବୈଠକ କରିଥିଲେ ।

ସେପଟେ ଆକ୍ରାନ୍ତ ଅଂଚଳ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ସହର ବିକାଶ ବିଭାଗର ସଚିବ । କଟକ ତୁଳସୀପୁର ଅଂଚଳରେ ବିଭିନ୍ନ ସାହି ଏହି ରୋଗରେ ବିଶେଷ ଭାବରେ ପ୍ରଭାବିତ ହୋଇଛି । ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ଆସନ୍ତା ପାଂଚ ଦିନ ଭିତରେ ଜଣ୍ଡିସ ପୁରା ନିୟନ୍ତ୍ରଣ ହୋଇଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ।

ଅନ୍ୟପଟେ ଆଜି କଟକର ଜଣ୍ଡସ୍ ପ୍ରଭାବିତ ଅଂଚଳକୁ ଗସ୍ତ କରିବ ବିଜେପିର ଏକ ପ୍ରତିନିଧି ଦଳ । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏହି ଟିମ୍ ଜଣ୍ଡିସ୍ ପ୍ରଭାବତି ଅଂଚଳ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-