କଟକ ବୟାଳିଶମୈାଜା ଗଣଦୁଷ୍କର୍ମ ଘଟଣା : ବିଜେପି ମହିଳା ଏବଂ ଯୁବ ମୋର୍ଚ୍ଚାର ପ୍ରତିବାଦ

38

କଟକ ବ୍ୟୁରୋ , କନକ ନ୍ୟୁଜ୍ : କଟକ ବୟାଳିଶମୈାଜା ଗଣଦୁଷ୍କର୍ମ ଘଟଣାରେ ଏଯାଏ ଧରା ପଡିନି ଅଭିଯୁକ୍ତ । ଯାହାକୁ ନେଇ ପ୍ରତିବାଦ କରିଛି ବିଜେପି ମହିଳା ଏବଂ ଯୁବ ମୋର୍ଚ୍ଚା । ୫ ନମ୍ବର ଜାତୀୟ ରାଜପଥ ନିକଟରେ ଟାୟାର ଜାଳି ପ୍ରତିବାଦ କରିବା ସହ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାନ ଗଲେ ପ୍ରତିବାଦ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ବିଜେପି । ବୟାଳିଶମୈାଜା ଫାଣ୍ଡିକୁ ମଧ୍ୟ ସଦର ବିଜେପି ମହିଳା କର୍ମୀମାନେ ଘେରାଉ କରିଥିଲେ । ପରିସ୍ଥତିକୁ ଦୃଷ୍ଟିରେ ରଖି ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଏହା ସହ କମିଶନରେଟ୍ ପୋଲିସର ଉଚ୍ଚ ପଦାଧିକାରୀମାନେ ଅଭିଯୁକ୍ତଙ୍କୁ ତୁରନ୍ତ ଧରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଦୋଳନରୁ ହଟିଥିଲେ ।