କୁମ୍ଭ ମେଳା ୨୦୧୯ : ଶ୍ରଦ୍ଧାଳୁ ଏଣିକି କ୍ରୁଜରେ କରିପାରିବେ ଦର୍ଶନ, ଜାଣନ୍ତୁ ଏହାର ମୂଲ୍ୟ

65

ପ୍ରୟାଗରାଜରେ ୧୫ ଜାନୁୟାରୀ ୨୦୧୯ରୁ ଆରମ୍ଭ ହେବାକୁ ଥିବା କୁମ୍ଭ ମେଳା ଗତ ବର୍ଷର ତୁଳନାରେ ଏହି ବର୍ଷ ବହୁତ ଭବ୍ୟ ହେବ । ଏହାର କାରଣ ଏହା ଯେ, କୁମ୍ଭ ମେଳାରେ ଏଥର ଶ୍ରଦ୍ଧାଳୁଙ୍କ ଓ ପର୍ଯ୍ୟଟକଙ୍କୁ ରେଳପଥ, ସଡକ ପଥ ଓ ଆକାଶ ମାର୍ଗ ସହିତ ଜଳପଥରେ ବି ଆଣିବାର ପ୍ରସ୍ତୁତି କରାଯାଇଛି । କୁମ୍ଭରେ ପହଂଚିବାକୁ ଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ କ୍ରୁଜ୍ ସେବା ମାଧ୍ୟମରେ ପ୍ରୟାଗରାଜର ଆଖପାଖର ଦର୍ଶନୀୟ ସ୍ଥାନ ଦର୍ଶନ କରାଯିବ ।

ଭିଡରୁ ବଂଚି କୁମ୍ଭ ମେଳାକୁ ଆସିବା ପାଇଁ ଯମୂନା ନଦୀରେ ୫ଟି ଘାଟରେ ଟର୍ମିନାଲ ନିର୍ମିତ ହୋଇଛି । ଯେଉଁଠାରୁ ଲୋକ କ୍ରୁଜରେ ଯାତ୍ରା କରି ସିଧା ମେଳାକୁ ଆସିପାରିବେ । ଏହି ସୂଚନା ଗଙ୍ଗା ଜାତୀୟ ଜଳମାର୍ଗ-୧ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର ପାଣ୍ଡେ ଦେଇଛନ୍ତି । ଭାରତୀୟ ଅନ୍ତର୍ଦେଶୀୟ ଜଳମାର୍ଗ ପ୍ରାଧିକରଣ କିଲା ଘାଟ, ସରସ୍ୱତୀ ଘାଟ, ନୈନି ଓଲ୍ଡ ବ୍ରିଜ୍ ଓ ସୁଜାବନ ଘାଟରେ ଗୋଟିଏ-ଗୋଟିଏ ଫ୍ଲୋଟିଙ୍ଗ ଟର୍ମିନାଲ ସ୍ଥାପନ କରାଯାଇଛି ।

ମେଳା ସମୟରେ ସି.ଏଲ. କସ୍ତୁରବା ଓ ସି.ଏଲ. କମଳା କ୍ରୁଜ୍ ଯାତ୍ରୀଙ୍କ ସେବାରେ ରହିବେ । ଯାତ୍ରୀଙ୍କ ସୁବିଧା ପାଇଁ ଚଟନାଗ, ସିରସା, ସୀତାମଢ଼ୀ, ବିନ୍ଧ୍ୟାଂଚଳ ଓ ଚୁନାରରେ ୫ଟି ଅସ୍ଥାୟୀ ଜେଟି ସ୍ଥାପନ କରାଯାଇଛି । ଏହି ଜାହାଜ ଗୁଡିକରେ ସୁରକ୍ଷାର ସଂପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି ଓ ଦୁଇ ଜଣ ବୁଡାଳୀଙ୍କୁ ମଧ୍ୟ ମୁତୟନ କରାଯାଇଛି । ଏପର୍ଯ୍ୟନ୍ତ ଲୋକଙ୍କୁ ସହରରୁ ମେଳାକୁ ଆସିବା ପାଇଁ ଅନେକ ଦୂର ଚାଲିବାକୁ ପଡୁଥିଲା । କିନ୍ତୁ କ୍ରୁଜ୍ ସେବା ଆରମ୍ଭ ହେବା ଦ୍ୱାରା ଲୋକଙ୍କୁ ବିଶେଷ କରି ବୃଦ୍ଧଙ୍କୁ ବହୁତ ସୁବିଧା ମିଳିବ । ଜିଲ୍ଲା ପ୍ରଶାସନର କର୍ମଚାରୀଙ୍କୁ ପୁରା ପ୍ରଶିକ୍ଷଣ ଦିଆଯିବ ଏବଂ ସେମାନେ ହିଁ ଏହାର ପରିଚାଳନା କରିବେ । କ୍ରୁଜ୍ ର ଭଡା ଜିଲ୍ଲା ପ୍ରଶାସନ ନିର୍ଦ୍ଧାରଣ କରିବେ ।

Comments are closed.