ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଟ୍ୱିନ୍ ସିଟି ! ପୂର୍ବ ୩ ବର୍ଷ ତୁଳନାରେ ଭୁବନେଶ୍ୱର-କଟକରେ ଅପରାଧ ବଢ଼ିଛି ୫ ପ୍ରତିଶତ

62

କନକ ବ୍ୟୁରୋ : ପୂର୍ବାପେକ୍ଷା ଦ୍ୱୈତ ନଗରୀରେ ବୃଦ୍ଧି ପାଇଛି ଅପରାଧ । ଟ୍ୱିନ୍ ସିଟିରେ ଆପରାଧିକ କାର‌୍ୟ୍ୟକାଳାପ ଧୀରେ ଧୀରେ ବୃଦ୍ଧିପାଇବାରେ ଲାଗିଛି । ପୂର୍ବ ୩ ବର୍ଷ ତୁଳନାରେ କଟକ ଓ ଭୁବନେଶ୍ୱରରେ ୫ ପ୍ରତିଶତ ଅପରାଧ ବୃଦ୍ଧି ପାଇଛି । ଉଭୟ ସହରରେ ହତ୍ୟା, ଦୁଷ୍କର୍ମ, ଡକାୟତି, ଲୁଟ ଓ ଦୁର୍ଘଟଣା ବୃଦ୍ଧି ପାଇଛି । ଯାହା ଉଭୟ ସହରବାସୀ ଓ କମିସନରେଟ୍ ପୋଲିସ୍ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଦିନକୁ ଦିନ ସୁରକ୍ଷା କମିସନରେଟ୍ ପୋଲିସ୍ ବ୍ୟବସ୍ଥା କଡ଼ାକଡ଼ି କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ପୋଲିସ ପେଟ୍ରୋଲିଂ ବଢ଼ିଲେ ମଧ୍ୟ ଅପରାଧ କିନ୍ତୁ କମିନି ।  ଏହି ଦୁଇ ସହରରେ ରାତି କଥା ଛାଡ଼ ଦିନରେ ମଧ୍ୟ ନିଜକୁ ସୁରକ୍ଷିତ ମଣୁନାହାନ୍ତି ଲୋକେ । ଭୟର ବାତାବରଣ ଭିତରେ ଜୀବନ ବିତାଉଛନ୍ତି ଲୋକେ । ପୁଲିସର ସୂଚନା ଅନୁସାରେ ୨୦୧୫, ୨୦୧୬ ଓ ୨୦୧୭ ତୁଳନାରେ ୨୦୧୮ରେ ଅପରାଧ ମାତ୍ରା ୫ ପ୍ରତିଶତ ବଢ଼ିଛି।