୨୦୧୯ ନିର୍ବାଚନ ପାଇଁ କସରତ ଆରମ୍ଭ କଲା କଂଗ୍ରେସ । ୫୦ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ପାଇଁ ନିର୍ବାଚନ କମିଟିରେ ବୈଠକ । ସେପଟେ ବିଧାୟକ କୃଷ୍ଣ ସଗରିଆ ଦଳ ଛାଡିବା ନେଇ ଚର୍ଚ୍ଚା

33

କନକ ବ୍ୟୁରୋ: ଗୋଟିଏ ପଟେ ୨୦୧୯ ନିର୍ବାଚନ ପାଇଁ କସରତ ଆରମ୍ଭ କରିଛି । ଏଥିପାଇଁ କଂଗ୍ରେସ ଭବନରେ ବସିଛି ନିର୍ବାଚନ କମିଟି ବୈଠକ । ଅନ୍ୟପଟେ କୋରାପୁଟ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଛି । ସେ ଆଜି ଅପରାହ୍ନ ୩ଟାରେ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ଏହି ସମ୍ମିଳନୀରେ ସେ ଦଳ ଛାଡିବା ନେଇ ଘୋଷଣା କରିପାରନ୍ତି । କଂଗ୍ରେସ ଭବନରେ ବସିଥିବା ବୈଠକରେ ପ୍ରଥମେ ୫୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନକୁ ନେଇ ଏଆଇସିସି ସ୍କ୍ରନିଂ କମିଟି ବୈଠକରେ ମନ୍ଥନ ଚାଲିଥିବା ସୂଚନା ମିଳିଛି ।

ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ସ୍କ୍ରନିଂ କମିଟି ଅଧ୍ୟକ୍ଷ ଡିଜି ଶତିସନ୍, ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କ ଉପସ୍ଥିତିରେ ଚାଲିଛି ଆଲୋଚନା । ଏହି ବୈଠକରେ କାହାକୁ ଟିକେଟ ଦେଲେ ଦଳ ଭଲ ପ୍ରଦର୍ଶନ କରିବ ସେନେଇ ବଚାରି ବିମର୍ଶ ଚାଲିଛି । କେଉଁ ନେତାଙ୍କ ସଂଗଠନ କେମିତି, କାହାର ବିଜୟ ସଂଭାବନା ଅଧିକ ସେ ନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ଏହି ବୈଠକ ଜରିଆରେ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ମନୋନିତ ହେଲା ପରେ ଏଆଇସିସିକୁ ରିପୋର୍ଟ ପ୍ରଦାନ କରାଯିବ । ଏବଂ ଏଆଇସିସି ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ।