ସ୍ୱାମୀ କାନ୍ଧରେ ସ୍ତ୍ରୀର ଶବ ବୁହା ଘଟଣା : ଦାନ ମାଝୀଙ୍କ ଗାଁରୁ ଭବାନୀପାଟଣା ଯାଏଁ କଂଗ୍ରେସର ପଦଯାତ୍ରା

21

କଳାହାଣ୍ଡି : ଶବବୁହା ଘଟଣାର ପ୍ରତିବାଦରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହୋଇଛି । ଦାନ ମାଝିଙ୍କ ଗାଁ ମେଲଘରାରୁ କଂଗ୍ରେସ ଭବାନୀପାଟଣା ପର୍ଯ୍ୟନ୍ତ ପଦଯାତ୍ରାରେ ଯିବେ ଦଳୀୟ ନେତା । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଏଭଳି ମାନବିକତାହୀନ ଘଟଣା ଘଟିଛି ବୋଲି କଂଗ୍ରେସ ନେତା ସମାଲୋଚନା କରିଛନ୍ତି । ଆସନ୍ତାକାଲି ଦଳ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯିବ ବୋଲି ବରିଷ୍ଠ ନେତା ଭକ୍ତ ଦାସ କହିଛନ୍ତି ।