ଇନ୍ଦିରାଗାନ୍ଧୀଙ୍କ ବଳିଦାନ ଦିବସରେ ଆଜି କୋରାପୁଟରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା !

16

କନକ ବ୍ୟୁରୋ : ଇନ୍ଦିରାଗାନ୍ଧିଙ୍କ ବଳିଦାନ ଦିବସରେ ଆଜି କୋରାପୁଟ ବୋରିଗୁମ୍ମାରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା ଓ ଗଣ ଆନ୍ଦୋଳନର ଆୟୋଜନ କରାଯାଇଛି । ନବୀନ ପଟ୍ଟନାୟକଙ୍କ ସରକାର ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରି ହେଉଥିବା ଆନ୍ଦୋଳନରେ ସାମିଲ ହୋଇଛନ୍ତି ବରିଷ୍ଠ ନେତା । ଏଥିରେ ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, କୋରାପୁଟ ଓ କୋଟ୍ଟପାଡ ବିଧାୟକ ଓ ଅନ୍ୟ ବରିଷ୍ଠ ନେତା ଯୋଗଦେଇଛନ୍ତି । କୋରାପୁଟରେ ମଦ ବନ୍ଦ ପାଇଁ ବ ଦଳ ଦାବି କରିଛି ।